www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ଅଭିଯାନ ୧୬ରୁ

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଓ ଯୁବ​‌ସେ​‌ବା ବିଭାଗ ଓ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନର ମିଳିତ ସହଯୋଗରେ ୩ୟ ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ସେପ୍ଟେମ୍ବର ୧୬ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୧୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ୧୦ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ପ୍ରତିଯୋଗୀମାନେ ଉତ୍ତରାଖଣ୍ଡର ରୁଦୁଗେରିଆରୁ ବାହାରି ୧୯,୧୦୦ ଫୁଟ୍‍ ଉଚ୍ଚ ଗଙ୍ଗୋତ୍ରୀ ପର୍ଯ୍ୟନ୍ତ ପର୍ବତାରୋହଣ କରିବେ। ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ପ୍ରତିଯୋଗୀ ପର୍ବତାରୋହଣ କରିବେ। ଏହାଛଡ଼ା ଟାଟା ଷ୍ଟିଲ ଆଡ୍‍ଭେଞ୍ଚର ଫାଉଣ୍ଡେସନ ନିର୍ଦେଶକ ପଦ୍ମଶ୍ରୀ ବଚେନ୍ଦ୍ରୀ ପାଲ, ପ୍ରଥମ ଭାରତୀୟ ମହିଳା ଏଭରେଷ୍ଟ ଆରୋହୀ ପଦ୍ମଶ୍ରୀ ପ୍ରେମଲତା ଅଗ୍ରୱାଲ ଓ ରାଜେନ୍ଦ୍ର ସିଂହ ପାଲ ପ୍ରମୁଖ ଗାଇଡ୍‍ ଦାୟିତ୍ୱ ତୁଲାଇବେ।
ଚଳିତବର୍ଷ ବିଜୁ ପଟ୍ଟନାୟକ ପର୍ବତାରୋହଣ ଲାଗି ମୋଟ ୧୪୪ ଜଣ ଆବେଦନ କରିଥିଲେ। କଳିଙ୍ଗ ଷ୍ଟାଡ଼ିୟମରେ ଗତ ଫେବୃଆରୀରେ ଟ୍ରାଏଲ୍‍ସ ଅନୁଷ୍ଠିତ ହୋଇଥିଲା। ଏଥିରୁ ୯୯ ଜଣଙ୍କୁ ୨ୟ ପର୍ଯ୍ୟାୟ ଶିବିର ଲାଗି ମନୋନୟନ କରା ଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଫିଟ୍‍ନେସ ପରୀକ୍ଷା କରାଯାଇ ୩୦ ଜଣଙ୍କୁ ମନୋନୟନ କରାଯାଇ ଟାଟା ଷ୍ଟିଲ ଆଡ଼ଭେଞ୍ଚର ଫାଉଣ୍ଡେସନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସେଥିରୁ ୧୫ଜଣଙ୍କୁ ହିମାଳୟ ପର୍ବତାରୋହଣ ଲାଗି ମନୋନୟନ କରାଯାଇଛି। ପର୍ବତାରୋହୀଙ୍କୁ ବୁଧବାର କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସଚିବ ବିଶାଳ ଦେବ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସଫଳତା କାମନା କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୨୦୧୬ରେ ଯୁବକ ଯୁବତୀଙ୍କୁ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ମନୋନୀତ ପ୍ରତିଯୋଗୀ: ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ଦାନପତି ବାଗ୍‍, ସୋମନାଥ ମୁଣ୍ଡାରୀ, ରାହୁଲ ପ୍ରଧାନ, ରାଜେନ୍ଦ୍ର ମାଝି, ଜୟନାରାୟଣ ମହାକୁଡ, ସନ୍ଥ ସରଣ ପ୍ରଧାନ, ଅନିମେଶ ସାହୁ, ଚନ୍ଦନ କୁମାର ପ୍ରଧାନ, ମୋନିକା ବେକ୍‍, ସସ୍ମିତା ସାହୁ, ସଂଘମିତ୍ରା ଦଳାଇ, ଲିପ୍ସାମୟୀ ଦୁବେ, କ୍ଷୀରୋଦିନୀ ବେହେରା। ଗଣେଶ ଚନ୍ଦ୍ର ଜେନା- ଟିମ୍‍ ଲିଡର।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories