ଇଚ୍ଛା ମୃତ୍ୟୁ ପାଇଁ ଗୁହାରି କଲେ ରିକ୍ସା ଚାଳକ

0

ସମ୍ବଲପୁର: ଇଚ୍ଛା ମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ଜଣେ ରିକ୍ସା ଚାଳକ । ସେ ୮ ମାସ ଧରି ମସ୍ତିକ କର୍କଟ ଓ ଗୋଡ କର୍କଟ ରୋଗରେ ପୀଡିତ ଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ତାଙ୍କ ଉପରେ ୪ ପ୍ରାଣୀ କୁଟୁମ୍ବ ନିର୍ଭର କରନ୍ତି । ଆଜି ତାଙ୍କ ପତ୍ନୀ ସ୍ବାମୀର ଇଚ୍ଛା ମୃତ୍ୟୁ ଦରଖାସ୍ତ ଧରି ଜିଲାପାଳଙ୍କୁ ଭେଟିଛନ୍ତି । ରେଡ କର୍ସ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭିମସାର ଅଧକ୍ଷ୍ୟଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି ।

ହିରାକୁଦ କଲୋନୀ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ପଛ ଗଳିରେ ପରିବାର ସହ ରିକ୍ସା ଚାଳକ ହାଡୁ ପଟ୍ଟନାୟକ(୭୦) । ପରିବାର କହିଲେ   ତାଙ୍କ ପତ୍ନୀ ଭୀମା ପଟ୍ଟନାୟକ ଏବଂ ଦୁଇଟି ନାତି ଓ ଗୋଟିଏ ନାତୁଣୀ । ସେ ଦୁଇ ପୁଅର ବାପା ହୋଇଥିଲେ ମଧ୍ୟ ବଡ ପୁଅ ତାଙ୍କୁ ଛାଡି ଅଲଗା ରହୁଥିବା ବେଳେ ସାନ ପୁଅ ୪ ବର୍ଷ ତଳେ ଜଣ୍ଡିସରେ ମୃତ୍ୟୁ ଘଟିଛି । ସାନ ପୁଅର ମୃତ୍ୟୁ ପରେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ହାଡୁଙ୍କ ନିକଟରେ ରୁହନ୍ତି । ପତ୍ନୀ ଭୀମା ପଟ୍ଟନାୟକ ପର ଘରେ ବାସନ ମାଜି ଯେଉଁ ଦି-ପଇସା ରୋଜଗାର କରନ୍ତି ସେଥିରେ ତାଙ୍କ ଗୁଜୁରାଣ ଚଳେ । ନାତି, ନାତୁଣୀଙ୍କ ଲାଳନ ପାଳନ ସହ ସ୍ବାମୀଙ୍କ ମେଡିକାଲ ଖର୍ଚ କରନ୍ତି ।

ଗତ ୮ ମାସ ଧରି ମସ୍ତିକ କର୍କଟ ଓ ଗୋଡ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବୁର୍ଲା ମେଡିକାଲରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ କିଛି ଦିନ ତଳେ ସେଠାରୁ ଡାକ୍ତର ତାଙ୍କୁ ଫେରାଇ ଦେଇଛନ୍ତି । ମସ୍ତିକ କର୍କଟ ରୋଗରେ ପୀଡିତ ଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତ ବାହାରି ସଢି ଗଲାଣି । ତେଣୁ ସେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ଦରଖାସ୍ତରେ ଲେଖିଛନ୍ତି ।

Leave A Reply