www.samajalive.in
Monday, December 15, 2025
17.1 C
Bhubaneswar

ସୁପ୍ରିମକୋର୍ଟରେ ପୀଡିତାଙ୍କ ଆବେଦନ; ଆଶାରାମଙ୍କ ଜାମିନକୁ ରଦ୍ଦ କରାଯାଉ

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଧର୍ମଗୁରୁ ଆଶାରାମ ବାପୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି। ତେବେ ୮୪ ବର୍ଷୀୟ ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ରାଜସ୍ଥାନ ଓ ଗୁଜରାଟ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅକ୍ଟୋବର ୨୯ରେ ରାଜସ୍ଥାନ ହାଇକୋର୍ଟ ତାଙ୍କୁ ୬ ମାସ ପାଇଁ ଏବଂ ନଭେମ୍ବର ୬ରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଇତିମଧ୍ୟରେ ଆଶାରାମଙ୍କ ଅନ୍ତରୀଣ ଜାମିନକୁ ରଦ୍ଦ କରିବାକୁ ବଳାତ୍କାର ପୀଡିତା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିବା ଜଣାପଡିଛି।

ପୀଡିତାଙ୍କ ଓକିଲ ଯୁକ୍ତି ଦର୍ଶାଇଛନ୍ତି ଯେ ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଗତ ଅଗଷ୍ଟରେ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଥିଲା। ଆଶାରାମଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ଏବଂ ତାଙ୍କୁ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ବୋର୍ଡ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଜାମିନ ମିଳିବା ପରେ ଆଶାରାମ ଅହମଦାବାଦ, ଯୋଧପୁର, ଇନ୍ଦୋର, ଋଷିକେଶ ଭଳିି ଏକାଧିକ ସ୍ଥାନକୁ ଭ୍ରମଣ କରୁଥିବା ସଂପୃକ୍ତ ଓକିଲ ଅଭିଯୋଗ କରିଛନ୍ତି। ଯଦି ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି, ତେବେ ଆଶାରାମ ମେଡିକାଲରେ ରହିବା କଥା। ସେ ଦେଶ ଭ୍ରମଣ କରୁଥିବାରୁ ଜାମିନ ପ୍ରଦାନର କ’ଣ ଯଥାର୍ଥତା ରହିଛି ବୋଲି ଓକିଲ ପ୍ରଶ୍ନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଆଶ୍ରମର ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଆଶାରାମଙ୍କୁ ୨୦୧୩ରେ ଜେଲଦଣ୍ଡ ମିଳିଥିଲା। ଦୁଇମାସ ବ୍ୟବଧାନରେ ଗୁଜରାଟର ସୁରତ୍‌ସ୍ଥିତ ଆଶ୍ରମରେ ଦୁଇ ଅନ୍ତେବାସୀଙ୍କୁ ବଳାତ୍କାର ଘଟଣାରେ ଆଶାରାମ ଓ ପୁଅ ନାରାୟଣ ସାଇଁ ଅଭିଯୁକ୍ତ ହୋଇଥିଲେ। ୨୦୧୮ରେ ଯୋଧପୁରସ୍ଥିତ ଏକ ଅଦାଲତ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ତାଙ୍କର ଦୁଇ ସହଯୋଗୀ ଶରଦ ଓ ଶିଳ୍ପୀଙ୍କୁ ପ୍ରତ୍ୟେକ ୨୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories