ହାଇଦରାବାଦ : ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ତଥା ହାଇଦରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଦୀର୍ଘ ଜୀବନ କାମନା ସ୍ଥାନୀୟ ଜଣେ ବ୍ୟବସାୟୀ ୧୦୧ ଛେଳି ବଳି ଚଢାଇଛନ୍ତି। ତିନିଦିନ ତଳେ ଓୱେସୀ ମିରଟରୁ ନିର୍ବାଚନ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଏନେଇ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଓୱେସୀଙ୍କୁ ଜେଡ୍ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବାବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବଳି ଚଢାଇବା କାର୍ଯ୍ୟକ୍ରମରେ ମାଲକପେଟ୍ ବିଧାୟକ ଏବଂ ଏଆଇଏମ୍ଆଇଏମ୍ ନେତା ଅହମ୍ମଦ ବଲାଲା ଉପସ୍ଥିତ ଥିଲେ।
ଓୱେସୀଙ୍କ ଦୀର୍ଘ ଜୀବନ କାମନା କରି ୧୦୧ ଛେଳି ବଳି ଚଢାଗଲା
Popular Categories



