ସୋମବାର ରାଶିଫଳ (୦୭/୦୨/୨୦୨୨)

ମେଷ : ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ବାଦୁ ଭୋଜନ ମିଳିବ।
ବୃଷ : ଚଞ୍ଚଳ ସ୍ବଭାବର ହେବେ। ସାଧନାର ପ୍ରଥମ ସୋପାନ ଏକାନ୍ତବାସକୁ ପସନ୍ଦ କରିବେ। ଭାଷା ଓ ବ୍ୟବହାର ମଧୁର ହେବ। ସାହସୀ ଓ ଜ୍ଞାନୀ ହେବେ। ଶତ୍ରୁ ଦମନ ପାଇଁ ଧନ ବ୍ୟୟ କରିବେ।
ମିଥୁନ : ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥପ୍ରାପ୍ତ ହେବେ।
କର୍କଟ : କର୍ମ ତତ୍ପରତା ପ୍ରକାଶ ପାଇବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ସିଂହ : ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍ ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
Related Posts
Comments are closed.