www.samajalive.in
Sunday, December 14, 2025
14.1 C
Bhubaneswar

ବିଧାନସଭା ନିର୍ବାଚନ ପ୍ରଚାର : କଟକଣା କୋହଳ କଲେ ଇସି

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ (ଇସି) ଲଗାଇଥିବା କଟକଣାକୁ କୋହଳ କରିଛନ୍ତି। ​‌ରବିବାର ନିର୍ବାଚନ ଆୟୋଗ ଜାରି କରିଥିବା ନିର୍ଦେଶ ଅନୁଯାୟୀ ସମ୍ମିଳନୀ କକ୍ଷରେ ୫୦% କ୍ଷମତାର ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ବୈଠକ ଓ ସମାବେଶ ଆୟୋଜନ କରାଯାଇପାରିବ। ସେହିପରି ଖୋଲା ପଡିଆରେ ୩୦% କ୍ଷମତାରେ ଲୋକଙ୍କୁ ନେଇ ସମାବେଶ ଆୟୋଜନ କରାଯାଇପାରିବ। ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ଇସି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ନିର୍ବାଚନ ପାଇଁ ଶୋଭାଯାତ୍ରା, ମୋଟର ସାଇକଲ ଶୋଭାଯାତ୍ରା, ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି। ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ସମୟରେ ସମୟରେ ସର୍ବାଧିକ ୨୦ଜଣ ଲୋକ ସାମିଲ ହୋଇପାରିବେ। ସେହିପରି ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଠାରେ ଦୈନିକ କରୋନା ସଂକ୍ରମଣ ୭ ହଜାରକୁ ହ୍ରାସ ପାଇଛି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories