www.samajalive.in
Sunday, December 14, 2025
17.1 C
Bhubaneswar

ଆର୍ଯ୍ୟନ୍‌ ଖାଁଙ୍କ ଜାମିନ ଆବେଦନ : ଶୁଣାଣି ଶେଷ, ୨୦ରେ ରାୟ ଶୁଣାଇବେ ସ୍ବତନ୍ତ୍ର ଅଦାଲତ

ମୁମ୍ବଇ : ମାଦକ ପାର୍ଟି ମାମଲାରେ ଅଭିଯୁକ୍ତ ଆର୍ଯ୍ୟନ୍‌ ଖାଁଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ହୋଇଛି । ତେବେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୦ ତାରିଖରେ  ରାୟ ଶୁଣାଇବା ପାଇଁ ସ୍ବତନ୍ତ୍ର ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ଏବେ ଆର୍ଯ୍ୟନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ।  ଗୁରୁବାର ପୁନର୍ବାର ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା।

ସୂଚନା ଯୋଗ୍ୟ  ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନକୁ ଘୋର ବିରୋଧ କରୁଛି । ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ଚୋରା କାରବାରରେ ତାଙ୍କର ସମ୍ପୃକ୍ତି ରହିଛି ଏବଂ ଏ ସମ୍ପର୍କରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ସରକାରୀ ଓକିଲ ଅନିଲ ସିଂହ ଦର୍ଶାଇଥିଲେ। ଆର୍ଯ୍ୟନ୍‌ ପାର୍ଟି ପାଇଁ ମାଦକ ଦ୍ରବ୍ୟ ବିଦେଶୀ ନାଗରିକଙ୍କଠାରୁ ଯୋଗାଡ଼ ସହ ବିତରଣ କରିଥିବା ତାଙ୍କ ହ୍ବାଟ୍ସ ଆପ୍‌ ବାର୍ତ୍ତାଳାପରୁ ଜଣାପଡ଼ିଛି।  ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳିଲେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ରହିଥିବା ଏନ୍‌ସିବି କହିଛି । ତେବେ ଆର୍ଯ୍ୟନ୍‌ଙ୍କ ଓକିଲ ଅମିତ ଦେଶାଇ ଏହାକୁ ବିରୋଧ କରୁଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ ଏବଂ ତାଙ୍କ ନିକଟରୁ କୌଣସି ମାଦକ ଦ୍ରବ୍ୟ ଜବତ ହୋଇ ନାହିଁ କିମ୍ବା ସେ ଏହା ସେବନ କରିଥିବା ପ୍ରମାଣ ହୋଇ ନାହିଁ। ତାଙ୍କୁ ଅଯଥାରେ ମାଦକ ଦ୍ରବ୍ୟ ଚୋରା କାରବାରକାରୀ ବୋଲି ଦର୍ଶାଯିବା ପରିତାପର ବିଷୟ। ସେ ଦୃଷ୍ଟିରୁ ତାଙ୍କୁ ଜାମିନ ମିଳିବା ଯୁକ୍ତିଯୁକ୍ତ ବୋଲି ଦେଶାଇ ଦର୍ଶାଉଛନ୍ତି। ଗତକାଲି ଏଭଳି ଅନେକ ବିତର୍କ ମଧ୍ୟରେ ଜାମିନ ଶୁଣାଣି ଅସମାପ୍ତ ରହିଥିଲା। ଆଜି ଶୁଣାଣି ଶେଷ ହୋଇଛି। କିନ୍ତୁ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories