www.samajalive.in
Sunday, December 14, 2025
23.1 C
Bhubaneswar

ବିଧାୟକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣା : ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ରବିବାର ବୋମା ମାଡ଼ ଘଟଣାରେ ୫  ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଏବଂ ଖୁବ୍‍ ଶୀଘ୍ର ଗିରଫ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ବୁଧବାର କେନ୍ଦୁଝର ଗସ୍ତରେ ଯାଇ କହିଥିଲେ। ଆଜି କେନ୍ଦୁଝର ଟାଉନ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଡିଆଇଜି ଶ୍ରୀ ପଙ୍କଜ ସିସିଟିଭି ଫୁଟେଜ ଦେଖିବା ସହ ଜିଲାର ବରିଷ୍ଠ ଆରକ୍ଷୀ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିଲା।

ବିଧାୟକ ଶ୍ରୀ ମାଝୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାରେ ଆରକ୍ଷୀ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଜିଲା ବିଜେପି ପକ୍ଷରୁ ମଙ୍ଗଳବାର ଗାନ୍ଧୀ ଛକରେ ଅନୁଷ୍ଠିତ ଚକଅଖ ବନ୍ଦ ଆନ୍ଦୋଳନରେ ୧୦ଜଣ ବିଧାୟକଙ୍କ ଯୋଗଦାନ ସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରି ୭ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories