www.samajalive.in
Sunday, December 14, 2025
23.1 C
Bhubaneswar

ପିଏମ୍‍ ଗତିଶକ୍ତି ଯୋଜନାକୁ ଗ୍ରହଣ କରିବାକୁ ରାଜ୍ୟ ସରକାର ଆଗ୍ରହୀ : ପଦ୍ମନାଭ ବେହେରା

ଭୁବନେଶ୍ବର : ପିଏମ୍‍ ଗତିଶକ୍ତି ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଘୋଷଣା କରିଥିଲେ। ଏହି ଯୋଜନା ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ସହ ସମନ୍ୱିତ ହୋଇ ସେଥିରେ ଥିବା ବିଭିନ୍ନ ପ୍ରକାର ସୁବିଧା ହାସଲ କରିବାକୁ ମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ସଡକ, ବନ୍ଦର, ବିମାନ ଚଳାଚଳ, ଶକ୍ତି ଓ ଟେଲିକମ୍‍ ଭଳି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସମନ୍ୱୟ ଦ୍ୱାରା ବିନିର୍ମାଣ​‌ ଓ ରପ୍ତାନୀ ଭଳି କ୍ଷେତ୍ରର ଲଜିଷ୍ଟିକ୍‍ ଖର୍ଚ୍ଚ ହ୍ରାସ ପାଇବ।

ଓଡ଼ିଶାକୁ ଏକ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପରିଣତ କରିବାରେ ତାହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଲଜିଷ୍ଟିକ୍ସ ବିଭାଗ ଏହି ଯୋଜନାର ନେତୃତ୍ୱ ନେବ । କ୍ୟାବିନେଟ୍‍ ସଚିବଙ୍କ ନେତୃତ୍ୱରେ ସଚିବମାନଙ୍କୁ ନେଇ ଗଠନ କରାଯାଇଥିବା କମିଟି ଯୋଜନା ଅଗ୍ରଗତିର ସମୀକ୍ଷା କରିବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories