www.samajalive.in
Sunday, December 14, 2025
19.1 C
Bhubaneswar

ସାମନ୍ତ କୁମାର ହେଲେ ର’ ମୁଖ୍ୟ, ଅରବିନ୍ଦ କୁମାରଙ୍କୁ ମିଳିଲା ଆଇବି ଦାୟିତ୍ୱ

ନୂଆଦିଲ୍ଲୀ : ବାଲାକୋଟ ଏୟାର ଷ୍ଟ୍ରାଇକ୍‍ ଯୋଜନା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଅଧିକାରୀ ସାମନ୍ତ କୁମାର ଗୋୟଲଙ୍କୁ ବୁଧବାର ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ)ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆତଙ୍କବାଦୀଙ୍କୁ ଦମନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅରବିନ୍ଦ କୁମାରଙ୍କୁ ଭାରତର ଗୁଇନ୍ଦା ବିଭାଗ (ଆଇବି) ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ଏହି ନିଯୁକ୍ତି ଉପରେ ମୋହର ମାରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୯୦ ଦଶକରେ ପଞ୍ଜାବରେ ଚରମ ସୀମାରେ ପହଞ୍ଚିଥିବା ଉଗ୍ରବାଦ ଦମନରେ ପଞ୍ଜାବ କ୍ୟାଡରର ୧୯୮୪ ବ୍ୟାଚ ଆଇପିଏସ୍‍ ଅଧିକାରୀ ସାମନ୍ତ ଗୋୟଲ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ସେ ପଞ୍ଜାବରେ ଉଗ୍ରବାଦ ଦମନ ପାଇଁ କେତେକ ସାହାସିକ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଥିଲେ। ଫଳରେ ଅଳ୍ପ ଦିନ ମଧ୍ୟରେ ପଞ୍ଜାବରେ ଉଗ୍ରବାଦ ନିୟନ୍ତ୍ରିତ ହୋଇପାରିଥିଲା। ପୁଲୱାମା ଅତାଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସାମନ୍ତ ବାଲାକୋଟ ଏୟାର ଷ୍ଟ୍ରାଇକର ଯୋଜନା କରିଥିଲେ। ଏହି ଯୋଜନାର ସଫଳ ରୂପାୟନରେ ସେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରକାଶ ଯେ ର’ର ମୁଖ୍ୟ ଥିବା ଅନୀଲ ଧାସମାନା ଜୁନ ୨୯ରେ ଅବସର ଗ୍ରହଣ କରିବେ।
ଇଣ୍ଟେଲିଜେନ୍ସ ବ୍ୟୁରୋର ନୂତନ ନିର୍ଦେଶକ ଭାବେ ନିଯୁକ୍ତ ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ ଆଇପିଏ ଅଧିକାରୀ ଅରବିନ୍ଦ କୁମାର ମାଓବାଦୀ ଦମନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲେ। ତାଙ୍କୁ କାଶ୍ମୀର ମାମଲାର ବିଶେଷଜ୍ଞ ବୋଲି କୁହାଯାଏ। ମୋଦୀ ନିଜ ଦ୍ୱିତୀୟ ପାଳି କାର୍ଯ୍ୟାକାଳରେ କାଶ୍ମୀର ସମସ୍ୟା ସମାଧାନ ପାଇଁ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ କାଶ୍ମୀର ମାମଲାର ବିଶେଷଜ୍ଞ ଅରବିନ୍ଦଙ୍କୁ ଆଇବି ନିର୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି। ଅରବିନ୍ଦ ଏବେ ଆଇବିର ସ୍ୱତନ୍ତ୍ର ନିର୍ଦେଶକ ପଦରେ ଅଛନ୍ତି। ପ୍ରକାଶ ଯେ ଆଇବିର ନିର୍ଦେଶକ ଥିବା ରାଜୀବ ଜୈନ ଜୁନ ୩୦ରେ ଅବସର ଗ୍ରହଣ କରିବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories