ସୋର : ସିମୁଳିଆ ଅଡା ଗ୍ରାମରେ ଶନିବାର ସକାଳୁ ନକଲି ମଦ କାରଖାନା ଠାବ ହୋଇଛି। ଗ୍ରାମରେ ନକଲି ମଦ କାରଖାନା ଚାଲିଥିବା ଖବର ପାଇ ଫ୍ଲାଇଂ ସ୍କ୍ବାଡ ସେଠାରେ ଚଢାଉ କରିଥିଲେ। ଏହି ଘଟଣାରେ କାରଖାନା ମାଲିକ ଅଜିତ ବାରିକଙ୍କୁ ଗିରଫ କରାଯାଇଛି। କାରଖାନାରୁ ବିପୁଳ ପରିମାଣରେ ସ୍ପିରିଟ, ୫୦୦ଟି ଲେଭେଲ୍, ମେସିନ ଓ ଖାଲି ବୋତଲ ଫ୍ଲାଇଂ ସ୍କ୍ବାଡ ଜବତ କରିଛି। ଏହାସହ ୫୦୦ଟି ଠିପି ଓ ୭୦ଲିଟର ମଦ ଜବତ କରାଯାଇଛି।
Popular Categories


