www.samajalive.in
Monday, December 15, 2025
15.1 C
Bhubaneswar

ପାକ୍‍ ଗୁଳିରେ ପୁଣି ଜଣେ ଯବାନ ସହିଦ

ଜମ୍ମୁ: ପାକିସ୍ତାନ ସେନା ଗୁଳିରେ ପୁଣି ଜଣେ ଭାରତୀୟ ଯବାନ ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ପାଟ୍ରୋଲିଂ ଟିମ୍‍ ଉପରକୁ ପାକିସ୍ତାନ ସେନା ଅଚାନକ ଗୁଳିବର୍ଷଣ କରିଥିଲା। ଏଥିରେ ରାଇଫଲ୍‍ ମ୍ୟାନ୍‍ ବିକାଶ ଗୁରୁଙ୍ଗ ଗୁରୁତର ଆହତ ହୋଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ମଣିପୁରର ଖୁଙ୍କା ଖୁକି ଗ୍ରାମରେ ବୋଲି ଜଣାପଡ଼ିଛି। ବିକାଶଙ୍କ ଘରେ ମା’ଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ବିକାଶଙ୍କ ମୃତ୍ୟୁ ପରେ ତାଙ୍କ ମା’ ଅସହାୟ ହୋଇପଡ଼ିଛନ୍ତି।
ଏଲ୍‍ଓସିର ୭୦୦ ମିଟର ଭିତରେ ସେନା ଟିମ୍‍ ପାଟ୍ରୋଲିଂ କରୁଥିବା ବେଳେ ପାକିସ୍ତାନ ପଟୁ ଗୁଳି ବର୍ଷଣ ହୋଇଥିବା ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇଦ୍‍ ଉତ୍ସବ ବେଳେ ପାକିସ୍ତାନ ସେନାର ଏହି କାର୍ଯ୍ୟକୁ ଭାରତୀୟ ସେନା ଅଧିକାରୀ ନିନ୍ଦା କରିଛନ୍ତି। ଏହି ଘଟଣା ପରେ ଭାରତ-ପାକ୍‍ ସୀମାରେ ଇଦ୍‍ ଅବସରରେ ହେଉଥିବା ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମକୁ ଭାରତୀୟ ସେନା ପକ୍ଷରୁ ବାତିଲ କରାଯାଇଛି। ଏହାପୂର୍ବରୁ ଜୁନ୍‍ ୧୩ ତାରିଖରେ ପାକିସ୍ତାନ ସେନା ଗୁଳିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ ବିଏସ୍‍ଏଫ୍‍ଙ୍କ ଯବାନଙ୍କ ମୃତ୍ୟୁ ଘଟିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories