www.samajalive.in
Sunday, December 14, 2025
26.1 C
Bhubaneswar

୮୩ବର୍ଷିୟା ପତ୍ନୀଙ୍କ ପାଇଁ ମେକଅପ ଶିଖୁଛନ୍ତି ବୃଦ୍ଧ

ସଫଳ କାହାଣୀ ଆମେ ଖୁବ କମ୍‍ ଶୁଣି ଥାଉ। ଆଜି ସମାଜରେ ପତି,ପତ୍ନୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା କଥା ମଧ୍ୟ କମ୍‍ ଶୁଣିବାକୁ ପାଇଥାଉ। ତେବେ ଏପରି ଏକ ସତ୍ୟ କଥା ଶୁଣିବାକୁ ମିଳିଛି ଯେ ଜଣେ ପତି ତାଙ୍କ ପତ୍ନୀଙ୍କ ସୁନ୍ଦରତା ପାଇଁ ମେକଅପ ଶିଖୁଛନ୍ତି।
ଆୟରଲ୍ୟାଣ୍ଡର ଜଣେ ବୃଦ୍ଧ ନିଜ ପତ୍ନୀଙ୍କୁ ସର୍ବଦା ସୁନ୍ଦର ଦେଖିବାକୁ ଚାହୁଁଛନ୍ତି ଓ ସମାଜକୁ ଏକ ନୂତନ ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ଆୟରଲ୍ୟାଣ୍ଡ ୱାଟରଫୋର୍ଡର ୮୪ବର୍ଷିୟ ଡେସ ନାମକ ବ୍ୟକ୍ତି ନିଜ ପତ୍ନୀଙ୍କୁ ମେକଅପ କରିବା ଶିଖୁଛନ୍ତି। ତାଙ୍କ ପତ୍ନୀ ୮୩ବର୍ଷିୟା ମୋନାଙ୍କ ଦୃଷ୍ଟିଶକ୍ତି କମ ହୋଇଯାଉଛି।


କିନ୍ତୁ ଡେସଙ୍କ ଇଚ୍ଛା ଯେ ମୋନାଙ୍କ ଦୃଷ୍ଟିଶକ୍ତି ଯିବା ପରେ ମଧ୍ୟ ସେ ସୁନ୍ଦର ଦେଖାଯିବେ। ମୋନାଙ୍କ ଦୃଷ୍ଟିଶକ୍ତି ଯିବା ପରେ ତାଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ତାଙ୍କ ପତି ଏପରି କରୁଥିବାର ସେ କହିଛନ୍ତି।
ଡେସଙ୍କ କହିବା ଅନୁଯାୟୀ ମୋନା ତାଙ୍କ ଦୃଷ୍ଟି ଶକ୍ତି ହରାଇବା ପରେ ଆଉ ନିଜକୁ ମେକଅପ କରିପାରିବେ ନାହିଁ। ତେଣୁ ସେ ତାଙ୍କ ପତ୍ନୀଙ୍କୁ ସର୍ବଦା ସୁନ୍ଦର ଦେଖିବାକୁ ଚାହୁଁଥିବାରୁୁ ସେ ମେକଅପ କୌଶଳ ଶିଖୁଛନ୍ତି।

- Advertisement -


ଡେସ ଅକ୍ଟୋବର ମାସରୁ ମେକଅପ ତାଲିମ ନେଉଛନ୍ତି। ସେ ବର୍ତ୍ତମାନ ଲିପଷ୍ଟିକ ଲଗାଇବା ଠାରୁ ଆରମ୍ଭ କରି ଆଖିରେ ଲାଇନର ଲଗାଇବା ପର୍ଯ୍ୟନ୍ତ ସବୁ ମେକଅପ ଶିଖି ଯାଇଛନ୍ତି।
ଡେସ ଘରେ ତାଙ୍କ ପତ୍ନୀଙ୍କୁ ମେକଅପ ଭଲ ଭାବରେ କରୁଛନ୍ତି କାରଣ ସେ ଆଉ ସକ୍ଷମ ନାହାନ୍ତି ସେ ସବୁ କାର୍ଯ୍ୟ କରିବା ପାଇଁ ବୋଲି ମୋନା କହିଛନ୍ତି। ମୋନାଙ୍କ ଦୃଷ୍ଟିଶକ୍ତି କମ ହୋଇଯିବାରୁ ସେ ଆଉ ରଙ୍ଗ ମଧ୍ୟରେ କୌଣସି ପାର୍ଥକ୍ୟ ଜାଣି ପାରୁନାହାନ୍ତି। ତେଣୁ ସେ ଡେସଙ୍କୁ ଅତ୍ୟନ୍ତ ଧନ୍ୟବାଦ ମଧ୍ୟ ଦେଇଛନ୍ତି।


ଯେକୌଣସି ପାର୍ଟିକୁ ଗଲା ବେଳେ ମଧ୍ୟ ଡେସ ତାଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ଆଗ୍ରହର ସହ ମେକଅପ କରନ୍ତି ବୋଲି ମୋନା କହିଛନ୍ତି। ମେକଅପ ପ୍ରଶିକ୍ଷକଙ୍କ କହିବା ଅନୁଯାୟୀ ଡେସ ଶ୍ରେଣୀକୁ ଆସି ଆଗ୍ରହର ସହ ମେକଅପ ଶିଖୁଛନ୍ତି। ଏବଂ ବୟସର ତାରତମ୍ୟକୁ ପଛରେ ପକାଇ ତାଙ୍କ ପତ୍ନୀଙ୍କୁ ମେକଅପ କରୁଥିବାରୁ ସେ ବହୁତ ଖୁସି ଅଛନ୍ତି।
ଏଭଳି ସୁନ୍ଦର ଯୋଡି ଆମ ସମାଜ ପାଇଁ ଆଦର୍ଶ ଅଟନ୍ତି। ବୟସକୁ ପଛରେ ପକାଇ ଏହି ଯୋଡି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories