www.samajalive.in
Sunday, December 14, 2025
15.1 C
Bhubaneswar

ଆସନ୍ତା ୫ ବର୍ଷରେ ଭାରତୀୟ ସେନା କମ୍‌ କରିବ ଦେଢ ଲକ୍ଷ ସୈନ୍ୟ: ରିପୋର୍ଟ

ନୂଆଦିଲ୍ଲୀ . – ଆସନ୍ତା ୫ ବର୍ଷମଧ୍ୟରେ ଭାରତୀୟ ସେନା ଦେଢ ଲକ୍ଷ ସୈନ୍ୟ କମ୍‌ କରିବା ପାଇଁ ଲକ୍ଷ୍ୟ  ରଖିଛି । ସୈନ୍ୟ ବାହିନୀକୁ ସୁ ସଙ୍ଗଠିତ , ଅଧିକ ଶକ୍ତିଶାଳୀ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ସମ୍ପନ୍ କରିବା ପାଇଁ ସେନା ଏହି ଲକ୍ଷ୍ୟ ରଖିଥିବା କଥା ସୂଚନା ମିଳିଛି ।  ଏବେ ଭାରତୀୟ ସେନାରେ ୧୨ ଲକ୍ଷରୁ ଅଧିକ ସୈନିକ ଅଛନ୍ତି । ସେନାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ଅଧିକ ବୈଷୟିକ ଜ୍ଞାନ ଦିଆଯିବ ସହ ସେନାକୁ ଅଧିକ ସୁସଙ୍ଗଠିତ  କରାଯାଇ ପାରିବ ବୋଲି ସେନା ମୁଖ୍ୟ    ଜେନେରାଲ ବିପିନ ରାଓ୍ୱତ  କହିଛନ୍ତି । ସେନାକୁ ଏକ ବିଂଶ ଶତାଦ୍ଦୀର ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ।

ଏଥିପାଇଁ ଦେଢ ଲକ୍ଷରୁ  ୨ ଲକ୍ଷ  ସୈନିକଙ୍କୁ କମ କରାଯାଇ ପାରେ ବୋଲି ଟାଇମ୍‌ନାଓର ଏକ ରିପୋର୍ଟରେ ପ୍ରକାଶ କରାଯାଇଛି । ଆସନ୍ତା କିଛି ମାସ ମଧ୍ୟେର ୫୦ ହଜାର ସୈନ୍ୟ କମ୍‌ କରାଯାଇ ପାରନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ଏକ ଲକ୍ଷ ଓ  ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

- Advertisement -

କାରଗିଲ୍‌ ଯୁଦ୍ଧ ପୂର୍ବରୁ ୧୯୯୮ମସିହାରେ  ୫୦ହଜାର ସୈନ୍ୟ କମ୍‌ କରାଯାଇଥିଲା ।  ଜେନେରାଲ ଭିପି ମଲିକ୍‌ଙ୍କ ସମୟରେ ଏହା ହୋଇଥିଲା । ଏବେ ସୈନ୍ୟ ସଂଖ୍ୟା କମ୍‌ କରିବା ସହ ବିଭିନ୍ନ ବିଭାଗର ସମିଶ୍ରଣ ହୋଇ ପାରେ । ଏହା ସହ ସୈନ୍ୟକମାନଙ୍କୁ ଯୁଦ୍ଧ କୌଶଳର ବିଭିନ୍ନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବିଷୟରେ ପ୍ରଶିକ୍ଷଣ ଦିଆଗଲେ ଏକ ଶକ୍ତିଶାଳୀ ସେନାବାହିନୀ ଗଠନ କରାଯାଇ ପାରିବ ବୋଲି ଭାରତୀୟ ସେନା ପକ୍ଷରୁ ଆକଳନ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories