ଶ୍ରାବଣ ପ୍ରଥମ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ କାଉଡିଆ
ଆରଡି: ୨ବର୍ଷର କରୋନା କଟକଣା ପରେ ଶ୍ରାବଣମାସର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ପାଖାପାଖି ୨୦ ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ପୀଠରେ। ବିଶେଷକରି ବୈତରଣୀ ଓ ସାଳନ୍ଦୀ ନଦୀ ପାରି ହୋଇ ଆସୁଥିବା ତିନିଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ।
ଅନ୍ୟପଟେ ରୀତିନୀତି ଅନୁଯାୟୀ ଭୋର ୪ଟାରେ ମଣିବାବାଙ୍କ ମନ୍ଦିର ଖୋଲାଯାଇ ଦୈନନ୍ଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି। ଅନ୍ୟପଟେ ରବିବାର ମଧ୍ୟରାତ୍ରରୁ କାଉଡିଆଭକ୍ତ ସ୍ବତନ୍ତ୍ର ବ୍ୟାରିକେଡରେ ଯାଇ ଚଳିତବର୍ଷ ସ୍ଥାପନ ହୋଇଥିବା ଶ୍ରାବଣୀ ମହାଦେବଙ୍କ ପାଖରେ ଜଳଲାଗି କରିଥିଲେ। ଏଏସପି ଜତିନ ପଣ୍ଡାଙ୍କ ନେତୃତ୍ବରେ ୬ଜଣ ଡିଏସିପିଙ୍କ ସହ ୧୨ଜଣ ଇନସିପେକ୍ଟର, ୫୪ଜଣ ଏଏସଆଇ, ୮ପ୍ଲାଟୁନ ଫୋର୍ସ ଓ ହୋମଗାଡ ନିୟୋଜିତ ରହିଥିଲେ। ପୀଠରେ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏଏସପି ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ପୀଠରେ ନିରବିଛିନ୍ନ ଆଲୋକ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ, ପରିମଳ, ପାନୀୟଜଳ ଆଦି ବିଭାଗ ପକ୍ଷରୁ ନିରବିଛିନ୍ନ ସେବା ଯୋଗାଇ ଦିଆଯାଇଥିଲା। ଚଳିତବର୍ଷ ମନ୍ଦିର ପ୍ରଶାସନନ ଉନ୍ନତ ସେବା ଯୋଗୁ ଆଗନ୍ତୁକ କାଉଡିଆ ଭକ୍ତ ଖୁସି ପ୍ରକଟ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ନିମନ୍ତେ ଅସ୍ଥାୟୀ ରହଣିସ୍ଥଳ ଠାରୁ ଆରମ୍ଭ କରି ଜଳଲାଗି ନିମନ୍ତେ ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି। ଏପରିକି ପୀଠରେ ସ୍ବଛତା ଆଣିବା ପାଇଁ ୨ଦିନ ଧରି ରବିବାର ଠାରୁ ସୋମବାର ପର୍ୟ୍ୟନ୍ତ ସତ୍ୟସାଇ ସେବା ସଂଘଠନ ଓ ବାବାମଣି ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ସନ୍ତୋସ ସାହୁ, ବିଜୟ କୁମାର ଦାଶଙ୍କ ତ୍ବତାବଧାନରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସଫେଇ କରିଥିଲେ।
Comments are closed.