www.samajalive.in
Sunday, December 7, 2025
13.1 C
Bhubaneswar

ଭିନ୍ନକ୍ଷମ ସାମର୍ଥ ଶିବିର ନାଁରେ ଭିନ୍ନକ୍ଷମଙ୍କୁ ଉପହାସ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ଆଖଣ୍ଡଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ବୁଧବାର ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରକୁ ଚାନ୍ଦବାଲି ବିଡିଓ ଶ୍ୟାମସୁନ୍ଦର ଟୁଡୁ ଉଦଘାଟନ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଭୁବନେଶ୍ୱର ସାମାଜିକ ସୁରକ୍ଷା ଡି.ଏସ.ଏସ.ଓ. ସନ୍ନ୍ୟାସୀ ବେହେରା, ଚାନ୍ଦବାଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱ ରଂଜନ ପ୍ରଧାନ, ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ଷ୍ଟାଲିନ ନାୟକ, ପ୍ରଗତି ଯୁବକ ସଂଘ ସଂପାଦକ ଦେବବ୍ରତ ଦାସ, ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବବ୍ରତ ଜେନା, ଆରଡି ଗ୍ରାମ ରୋଜଗାର ସେବକ ସତ୍ୟ ରଞନ ପତି, ଆରଡି , ନାନ୍ଦପୁର, ଓଳଗ ଓ ସୁନ୍ଦରପୁରର ସରପଞ୍ଚ , ଚାନ୍ଦବାଲି ଶିଶୁବିକାଶ ପ୍ରକଳ୍ପର ମହିଳା ପରିଦର୍ଶିକା ନିର୍ମଳା ସାହୁ, ଅନସୂୟା ଶତପଥୀ ପ୍ରମୂଖ ସ୍ୱାସ୍ଥ୍ୟ ସେବା ଶିବିର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ହେଲେ ଏହି ସଭା ସରିବା ପରେ ଉକ୍ତ ସ୍ଥାନରେ କାହାରିଙ୍କୁ ଦେଖିବାକୁ ମିଳିନଥିଲା। ଶିବିରକୁ ଆସିଥିବା କୋଣ ଅନୁକୋଣରୁ ଶହଶହ ଭିନ୍ନକ୍ଷମ ସହାୟତା ପାଇଁ ଏଣେତେଣେ ବୁଲିଥିଲେ। ଏପରିକି ଏହି ଶିବିରରେ ୬ଟି ସେବା ପ୍ରକୋଷ୍ଠ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳ ନଥିବାର ବହୁ ଭିନ୍ନକ୍ଷମ ଡହଡହ ଖରାରେ ବସି ରହିଥିଲେ। ଏପରିକି ଏକ ପ୍ରକୋଷ୍ଠରେ ନାସା, କର୍ଣ୍ଣ ଓ ଗଳା ବିଭାଗର ଜନୈକା ଡାକ୍ତର ଭିନ୍ନକ୍ଷମମାନଙ୍କୁ ବିରକ୍ତି ପ୍ରକାଶ କରିବା ସହ ଭଲଭାବେ ସେବା ଦେଉନଥିବା ସେମାନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି। ଏଥିସହିତ କରଣପଲ୍ଲୀ ଅଞ୍ଚଳରୁ ମନ୍ତେଇ ଓ ସାଳନ୍ଦୀ ଦୁଇଦୁଇଟି ନଦୀ ପାରହୋଇ ଶିବିରରେ ଯୋଗଦେଇଥିବା ୮ ବର୍ଷୀୟ ଶିଶୁ ରବିନ୍ଦ୍ର ଜେନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନକରି କଟକ ରେଫର କରିବା କେତେଦୂର ସମିଚୀନ ବୋଲି ଭିନ୍ନକ୍ଷମଙ୍କ ପିତା ଅଭିଯୋଗ କରିଛନ୍ତି। ସେହିପରି ବାତୋଳ ଗ୍ରାମର ବଧୀର ମନୋଜ ବାରିକ ଓ ପ୍ରୀତିରେଖା ବାରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନକରି ଭଦ୍ରକରେ ପରୀକ୍ଷା କରାଯିବ ବୋଲି ଜୈନିକ ମହିଳା ଡାକ୍ତର କହି ଅନ୍ୟ ରୋଗୀ ଦେଖିଥିଲେ ବୋଲି ସେମାନଙ୍କ ଅଭିଭାବକ ମଧ୍ୟ ଅଭିଯୋଗ କରିଛନ୍ତି। ସଂପୃକ୍ତ ମହିଳା ଡାକ୍ତରଙ୍କୁ ଏପରି ସମସ୍ୟା ବାବଦରେ ପଚାରିବାରୁ କିଛି କହିବା ପାଇଁ ସିଧାସଲଖ ମନା କରିଥିଲେ। ସେହିପରି ସମସ୍ତ ବିଭାଗର ଡାକ୍ତର ଓ ଅଧିକାରୀଙ୍କ ଅବହେଳା ଯୋଗୁ ଉପଯୁକ୍ତ ସେବା ନପାଇ ଶହଶହ ଭିନ୍ନକ୍ଷମ ଫେରିଯାଇଥିଲେ। ଏପରିକି ଏହି ଶିବିର ଦାୟୀତ୍ୱରେ ଥିବା ବଡବାବୁମାନଙ୍କର ଦାୟୀତ୍ୱ ହିନତା ଯୋଗୁ ଦୂରଦୂରାନ୍ତରରୁ ଆସିଥିବା ଭିନ୍ନକ୍ଷମମାନେ ଭୋକିଲା ପେଟରେ ଫେରିଥିବା ଅଭିଯୋଗ ହେବା ସହ ଏହି ଶିବର ପାଇଁ ଆସିଥିବା ଅନୁଦାନ କେଉଁ ମାର୍ଗରେ ଖର୍ଚ୍ଚ ହେଲା ତାହାର ତଦନ୍ତ ପାଇଁ ଭିନ୍ନକ୍ଷମଙ୍କ ପରିବାର ଲୋକ ଦାବି କରିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories