www.samajalive.in
Sunday, December 14, 2025
17.1 C
Bhubaneswar

ପୁଣି ବୈତରଣୀ ଓ ସାଳନ୍ଦୀରେ ବନ୍ୟା ବିଭିଷିକା; ଦୋହରାପାଟଣା ଗାଁରେ ଘଳିଆ ପଡି ୨ଶହ ପରିବାର ଜଳବନ୍ଦୀ

ଆରଡି: ଉପରମୁଣ୍ଡରେ ବାଦଲଫଟା ବର୍ଷା ଯୋଗୁ ପୁଣି ବୈତରଣୀ ଓ ସାଳନ୍ଦୀ ନଦୀରେ ଦେଖା ଦେଇଛି ବନ୍ୟା ବିଭିଷିକା। ଫଳରେ ଚାନ୍ଦବାଲି ବ୍ଲକ ତଳିଆ ଅଞ୍ଚଳ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀର ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଗତ ବନ୍ୟାରେ ଧୋଇଯାଇଥିବା ନଦୀବନ୍ଧ ଓ ରାସ୍ତାକୁ ନେଇ ଚିନ୍ତାରେ ଏବେ ନଦୀକୂଳିଆ ବାସୀ। ଫଳରେ ଦୁର୍ବଳ ନଦୀବନ୍ଧକୁ ଜଗି ବସିଛନ୍ତି ନଦୀକୂଳିଆ ଗାଁର ଲୋକ। ଏପରିକି ରବିବାର ସନ୍ଧ୍ୟାରେ ଦୋହରାପାଟଣା ନିକଟରେ ବୈତରଣୀନଦୀବନ୍ଧର ଘଳିଆ ପଡି ସିଧାସଳଖ ଗାଁରେ ବନ୍ଯାପାଣି ପସିଯାଇଛି। ୨ଶହ ପରିବାର ଜଳବନ୍ଦୀ ହୋଇ ରହିଥିବାରୁ ପ୍ରଶାସନ ପହଁଚି ଘଳିଆ ବନ୍ଦ କରିବା ପାଇଁ ଜଳସମ୍ପଦ ଅଧିକାରୀଙ୍କ ସହ କଥା ହେବା ସହ ବାଲିବସ୍ତା ପକାଇ ବନ୍ଦ କରାଯାଇଛି।

 

- Advertisement -

ସେହିପରି ମୁଆଁ ଗାଁ ଠାରୁ ୧ କମି ଦୂରରେ ବୈତରଣୀ ନଦୀବନ୍ଧର ଶହେ ଫୁଟର ଅତଡା ଧସିବାରୁ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳିଆ ଗାଁର ଲୋକ। ବିଶେଷ କରି ବୈତରଣୀନଦୀର ଉପରମୁଣ୍ଡରୁ ଆସୁଥିବା ସମସ୍ତ ବନ୍ଯାଜଳ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଆରଡି, ଓଳଗ, ସୁନ୍ଦରପୁର ଦେଇ ସମୁଦ୍ରକୁ ନିଷ୍କାସନ ହୋଇଥାଏ। ଅନ୍ଯପଟେ ହଦଗଡ ଡ୍ଯାମର ୩ଟି ଗେଟ ଖୋଲା ଥିବାରୁ ସାଳନ୍ଦୀ ନଦୀର ବନ୍ଯାଜଳ ଦୃତଗତିରେ ବୃଦ୍ଧି ପାଇଥିବାରୁ ଏବେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଚଳିତ ବନ୍ୟାର ମୁକାବିଲା ନିମନ୍ତେ ଚାନ୍ଦବାଲି ବ୍ଲକର ଆରଡିରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ମୃତୟନ କରିଛି ଭଦ୍ରକ ଜିଲା ପ୍ରଶାସନ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories