www.samajalive.in
Sunday, December 14, 2025
19.1 C
Bhubaneswar

ବୌଦ୍ଧ ଜିଲା କଂଗ୍ରେସର ‘ମହଙ୍ଗାଇ ପେ ଚର୍ଚ୍ଚା’

ହରଭଙ୍ଗା: ରବିବାର ଜିଲା କଂଗ୍ରେସ କର୍ମୀ ପକ୍ଷରୁ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ତିଲେଶ୍ୱର ସାପ୍ତାହିକ ହାଟରେ ମହଙ୍ଗାଇ ପେ ଚର୍ଚ୍ଚା କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଦିନକୁ ଦିନ ନିତ୍ୟ ବ୍ୟବହାର୍ୟ୍ୟ ଖାଦ୍ୟ ସାମଗ୍ରୀ ଗୁଡିକର ଅହେତୁକ ଭାବେ ମୂଲ୍ୟ ବୃଦ୍ଧି କରିଛନ୍ତି। ଫଳରେ ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ଲୋକମାନେ ମହଙ୍ଗା ମାଡ଼ରେ ବହୁ ଦୁଃଖ କଷ୍ଟ ଭିତରେ ସେମାନଙ୍କ ଜୀବିକା ନିର୍ବାହ କରି ଚାଲିଛନ୍ତି। ବୃଦ୍ଧି କରାଯାଉଥିବା ଦରଦାମଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାରକରନ୍ତୁ, ଚାଷୀର ଜମିରେ ଜଳସେଚନ ସୁବିଧା ପ୍ରଦାନ, କୃଷି ଋଣ ଛାଡ଼ ଏବଂ ଚୁଡା, ଗୁଡ଼, ମୁଢ଼ି଼, ଗହମ, ଚାଉଳ ଆଦିରେ ଲଗାଇ ଥିବା ଜିଏସଟିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।

ତୁରନ୍ତ ଖାଲିଥିବା ପଦବୀ ଗୁଡିକୁ ପୂରଣ କରନ୍ତୁ। ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ରେ ନେଉଥିବା ଭାଟକୁ ଉଛେଦ କରନ୍ତୁ ନ ହେଲେ ଆଗାମୀ ଦିନରେ ଜାତୀୟ କଂଗ୍ରେସ ଚୁଲି ମୁଣ୍ଡରୁ ସଂସଦ ଯାଏଁ ବଢୁ ଥିବା ଦରଦାମ ବିରୋଧରେ ମଧ୍ୟବିତ୍ତ, ଗରିବ ଖଟିଖିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଉପସଭାପତି ସମରେଶ ମିଶ୍ର, ଜିଲ୍ଲା ମୁଖପାତ୍ର ଶାନ୍ତନୁ ମହାପାତ୍ର, ଗଣେଶ ପ୍ରସାଦ ଅଗ୍ରୱାଲ, ତାରିଣୀ ଜେନା, ପଙ୍କଜ କର୍ଣ୍ଣ, ପୌଲସ୍ତି ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ରୋହିତାଶ୍ଵ ବେହେରା, ନାରାୟଣ ବେହେରା, ସତ୍ୟ ନାରାୟଣ ବେହେରା, ପ୍ରମୋଦ ପ୍ରଧାନ, ସମରେନ୍ଦ୍ର ମହାକୁଳ, ଜୟନ୍ତ ପାଣିଗ୍ରାହୀ, ବାସୁଦେବ ପ୍ରଧାନ, ବେଣୁଧର ମେହେର, ଉମେଶ ନାୟକ, ଗଣ୍ଡାଧର ସ୍ୱାଇଁ, ଅର୍ଜୁନ ମହାନନ୍ଦିଆ, ବୈଦ୍ୟନାଥ ମହାନନ୍ଦିଆ,ପ୍ରଦୀପ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories