www.samajalive.in
Monday, December 15, 2025
15.1 C
Bhubaneswar

ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର-ହଜାର କାଉଡିଆ

ଆରଡି : ପବିତ୍ର ଶ୍ରାବଣମାସର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର-ହଜାର କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଅଗଣିତ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ, ସେବାୟତ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜଳାଭିଷେକ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯିବା ସହ ମନ୍ଦିର ଭିତରେ ଉଜ୍ୱଳ ଆଲୋକ ବ୍ୟବସ୍ଥା। ତାହାସହ ଭକ୍ତମାନଙ୍କ ଆଶ୍ରୟ ନେବା ପାଇଁ ଅସ୍ଥାୟୀ ଟେଣ୍ଡ ଗୃହ ବ୍ୟବସ୍ଥା କରାଯାଇଥିବା ବେଳେ ସେବାୟତମାନଙ୍କ ପକ୍ଷରୁ ଦୈନଦିନ ନୀତିକାନ୍ତିରେ ସାମନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମନ୍ଦିର ବେଢା ମାର୍ଜନା , ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି ସମସ୍ତ ନୀତିକାନ୍ତି ୫ଟା ସୁଦ୍ଧା ସରିବା ପରେ ହଜାର-ହଜାର କାଉଡିଆ ଭକ୍ତଙ୍କ ଜଳଲାଗି ପାଇଁ ସାହଣ ମେଲା କରାଯାଇଥିଲା। ଅନ୍ୟପଟେ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଭିତର ଓ ବାହର ବେଢାରେ କଡା ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ପୀଠକୁ ସଂଯୋଗ କରୁଥିବା ସ୍ଥଳ ଓ ଜଳପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଶେଷକରି କାଉଡିଆଙ୍କ ଜଳାଭିଷେକ ଓ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ଆରଡି ଫାଣ୍ଡି ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତୁଲାଥିବା ବେଳେ ପାଳିଆ ସେବାୟତ ଓ ଅନ୍ୟମାନେ ମଣିବାବାଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିଥିଲେ।

- Advertisement -

ଚଳିତ ସୋମବାରରେ ରାଜ୍ୟର ସମ୍ବଲପୁର, ରାୟଗଡା, କୋରାପୁଟ, ବ୍ରହ୍ମପୁର, ଗଞାମ, ତାଳଚେର, କେନ୍ଦ୍ରାପଡା, କଟକ, ଭୂବନେଶ୍ୱର, ଗଞାମ, ନୟାଗଡ, ଢେଙ୍କାନାଳ, ଜଗତସିଂହପୁର, ପାରାଦୀପ ସମେତ ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଦ୍ର ପ୍ରଦେଶ, କଲିକତା ଆଦି ଅଞ୍ଚଳରୁ ହଜାର-ହଜାର କାଉଡିଆ ଭକ୍ତ ମଣିବାବାଙ୍କୁ ଜଳାଭିଷେକ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories