www.samajalive.in
Monday, December 15, 2025
16.1 C
Bhubaneswar

ବନ୍ୟାରେ ଯୁକ୍ତ ଦୁଇ ସାର୍ଟିଫିକେଟ୍‌ ନଷ୍ଟ ହେବାରୁ ଆତ୍ମହତ୍ୟା କଲେ ଛାତ୍ର

ତ୍ରିଭେନ୍ଦ୍ରମ: କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଯୁକ୍ତଦୁଇ ସାର୍ଟିଫିକେଟ୍‌ ନଷ୍ଟ ହୋଇଯିବାରୁ  ଜଣେ ୧୯ ବର୍ଷିୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ କୋଝିକୋଡ ଜିଲା କରନ୍ତୁର ଗ୍ରାମର ର୍କୈଳାଶ ନାମକ ଛାତ୍ରଙ୍କ ଘର ସମ୍ପୂର୍ଣ୍ଣ ଭାବେ ବୁଡିଯାଇଥିଲା । ଏଥିରେ ତାଙ୍କର ସମସ୍ତ ଆସବାବ ପତ୍ର ବୁଡିଯାଇଥିଲା। ପାଣିରେ ବୁଡିଯିବାରୁ କୈଳାଶଙ୍କର ସାର୍ଟିଫିକେଟଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ସେହି ସମୟରେ ସେ ଏକ ରିଲିଫ କ୍ୟାମ୍ପରେ ଥିଲେ । ପରେ ପାଣି କମିବାରୁ ପରିବାର ଲୋକଙ୍କ ସହ ସେ ଘରକୁ ଫେରିଥିଲେ । ପାଣିରେ ବତୁରି ତାଙ୍କର ସାର୍ଟିଫିକେଟ ନଷ୍ଟ ହୋଇଯାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇଥିଲେ । ଏହାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସରେ  ଅଭିଯୋଗପରେ ଏବେ ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories