www.samajalive.in
Monday, December 15, 2025
27.1 C
Bhubaneswar

ଆମେ ଜାଳିଲେ ଦୀପ ; କୁମ୍ଭକାର ପରିବାରରେ ଜଳିବ ଚୁଲି

ଆରଡି(ବାବାଜି ଶଙ୍କର ପାଢୀ)  : ଦୀପାବଳି ହେଉ କିମ୍ବା କୈାଣସି ମାଙ୍ଗଳିକ କର୍ମକାର୍ଯ୍ୟ ହେଉ ମାଟି ତିଆରି ଦୀପ ଓ ଅନ୍ୟାନ ସାମଗ୍ରୀ ଆଗେ ଖୋଜା ପଡିଥାଏ। ହେଲେ ଏବେ ଆଧୁନିକ ସମାଜର ବହୁଳ ମାତ୍ରାରେ ପ୍ଲାଷ୍ଟିକ ତିଆରି ଓ ଇଲେକ୍ଟ୍ରି ସାମଗ୍ରୀମାନର ବ୍ୟବହାର ଯୋଗୁ ଅଲୋଡା ହୋଇ ପଡିଛି ମାଟି ତିଆରି ସାମଗ୍ରୀ। ଯାହାକି ସିଧାସଳଖ ପ୍ରଭାବ ପକାଇଛି କୁମ୍ଭକାର ପରିବାରଙ୍କ ନିକଟରେ। ଫଳରେ କୁମ୍ଭକାର ପରିବାର ନିଜର କୈାଳିକ ବୃତ୍ତି ଛାଡି ଏବେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ପଳାଉଛନ୍ତି। ଏପରି ବାସ୍ତବଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ଦୋହରାପାଟଣା ଗାଁର କୁମ୍ଭକାର ପରିବାରଙ୍କ ନିକଟରେ।

ଏହି ଗାଁର ବିଲସାହିରେ ବାପଗୋସାପ ଅମଳରୁ ୨୫ କୁମ୍ଭକାର ପରିବାର ମାଟି ତିଆରି ସାମଗ୍ରୀ ବିକ୍ରି କରି ନିଜର ପରିବାର ପୋଷଣ କରିଥାନ୍ତି। ଏପରିକି ଦୀପାବଳି ଓ ଜାଗରଯାତ୍ରା ଆସିଲେ ଭଳିକିଭଳି ମାଟିରେ ଦୀପ ତିଆରି କରି ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ସମେତ ବିଭିନ୍ନ ହାଟ-ବଜାରରେ ବିକ୍ରି କରିଥାନ୍ତି। ଯାହାକୁ ନେଇ ସମଗ୍ର ଗାଁ ହୋଇ ଉଠେ ଚଳଚଞ୍ଚଳ, କୁମ୍ଭକାର ପରିବାରର ପିଲା ଠୁଁ ଆରମ୍ଭ କରି ବୃଦ୍ଧବୃଦ୍ଧା ପ୍ରର୍ଯ୍ୟନ୍ତ ଲାଗି ପଡିଥାନ୍ତି ଏହି ମାଟି ତିଆରି କାମରେ। ହେଲେ ଏବେ ପ୍ଲାଷ୍ଟିକ ଓ ଇଲେକ୍ଟ୍ରି ଲିଚୁର ବହୁଳ ବ୍ୟବହାର ଯୋଗୁ ଗ୍ରାହକମାନେ ଆଉ ଆଗ ଭଳି ମାଟି ତିଆରି ଦୀପ କିଣୁନଥିବା କୁମ୍ଭକାର ଦନାର୍ଦ୍ଧନ ବେହେରା, ଚନ୍ଦ୍ରମଣି ମୁଦୁଲି ପ୍ରମୁଖ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ଦୀର୍ଘ ୮ମାସ ହେବ ମହାମରୀ କରୋନା ପାଇଁ କଟକଣା ଜାରି ରହିଥିବାରୁ କୈାଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ଯାନିଯାତ୍ରା ହେଉନଥିବାରୁ କୈାଳିକ ବୃତ୍ତି ଛାଡି ବାହାର ରାଜ୍ୟକୁ ବହୁ ପରିବାର ଦାଦନ ଖଟିବାକୁ ପଳାଇଲେଣି ବୋଲି କୁମ୍ଭକାର ବିଷ୍ଣୁ ଚରଣ ମୁଦୁଲି ପ୍ରକାଶ କରିଛନ୍ତି।

- Advertisement -

ସେହିପରି ଅନେକ କୁମ୍ଭକାର ପରିବାରଙ୍କର ଆଗ ଭଳି ମାଟି ତିଆରି ‘ଘଣା’ ବୁଲୁନଥିବାରୁ ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି। ହାତଗଣତିରେ କାଁ ଭାଁ ଯେଉଁ କୁମ୍ଭକାର ପରିବାର ଚଳିତ ଦୀପାବଳି ପାଇଁ ମାଟିଦୀପ ତିଆରି କରିଛନ୍ତି ତାହା ଆଜି ପ୍ରର୍ଯ୍ୟନ୍ତ ଭଲ ବିକ୍ରି ହୋଇନାହିଁ। ଏପରିକି ଏହି କୁମ୍ଭକାର ପରିବାର ଶହଶହ ବର୍ଷଧରି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ବର୍ଷର ୨ଥର ଉଠୁଥିବା ମହାଦୀପ ପାଇଁ ବଡମାଟି ପଲମ ଯୋଗାଇ ଦେଇଥାନ୍ତି। ଆଗକୁ ଯଦି ଏହି କୁମ୍ଭକାରଙ୍କର ମାଟି ତିଆରି ସମାଗ୍ରୀ ବିକ୍ରି ନହୁଏ ତାହାଲେ କୈାଳିକ ବୃତ୍ତି ଚାଲିଯିବା ସଙ୍ଗେ ସଙ୍ଗେ ଆଧୁନିକ ସମାଜରେ ମାଟି ତିଆରି ସମାଗ୍ରୀ ଲୋପ ପାଇଯିବ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories