www.samajalive.in
Sunday, December 7, 2025
26.1 C
Bhubaneswar

ଆପଲକୁ ବଡ଼ ଝଟ୍‌କା: ଆୟର୍ଲାଣ୍ଡକୁ ଦେବ ୧.୨ ଲକ୍ଷ କୋଟି

ସମାଜ ଡିଜିଟାଲ ଡେସ୍କ: ମୋବାଇଲ ନିର୍ମାତା ଆମେରିକୀୟ କମ୍ପାନୀ ଆପଲକୁ ଶକ୍ତ ଝଟକା ଲାଗିଛି। ଆୟର୍ଲାଣ୍ଡ ସରକାର ଏବଂ ଆପଲ ମଧ୍ୟରେ ଟିକସକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ସମ୍ପର୍କିତ ମାମଲାରେ ୟୁରୋପୀୟ ନ୍ୟାୟିକ ଅଦାଲତ(ଇସିଜେ) ଆୟର୍ଲାଣ୍ଡ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଆପଲ କମ୍ପାନୀକୁ ପିଛିଲା ଟିକସ ବାବଦରେ ଆୟର୍ଲାଣ୍ଡକୁ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ସରକାର ତାହାକୁ ସ୍ଵାଗତ କରିଛନ୍ତି।

୨୦୧୬ରେ ୟୁରୋପୀୟ ଆୟୋଗ ଏହି ବିବାଦରେ ନିଜର ନିଷ୍ପତ୍ତି ଶୁଣାଇ ଆପଲ କମ୍ପାନୀ ୨୦ ବର୍ଷ ଧରି ଆୟର୍ଲାଣ୍ଡ ସରକାରଙ୍କଠାରୁ ବେଆଇନ ଉପାୟରେ ଟିକସ ବଞ୍ଚାଇ ଲାଭାନ୍ବିତ ହୋଇଥିବା କହିଥିଲେ। ୨୦୨୦ରେ ସାଧାରଣ ଅଦାଲତ ୟୁରୋପୀୟ ଆୟୋଗଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ମାମଲା ୟୁରୋପୀୟ ନ୍ୟାୟିକ ଅଦାଲତକୁ ଯିବା ପରେ ଏହାର ସାନି ଶୁଣାଣି ହୋଇଥିଲା, ଯେଉଁଥିରେ କୋର୍ଟ ଆପଲକୁ ବକେୟା ଟିକସ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories