www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ଧ୍ରର ଅଭିନବ ଚକ୍ରାନ୍ତ ଭଣ୍ଡୁର : ଉପରସେମ୍ବୀରୁ ୩ ଲାଲ ପତାକା ଜବତ

ପଟାଙ୍ଗି : ଓଡ଼ିଶା ବିରୋଧରେ ଆନ୍ଧ୍ରର ଅଭିନବ ଚକ୍ରାନ୍ତ ପୁଣି ଭଣ୍ଡୁର ହୋଇଛି। କୋଟିଆ ପଞ୍ଚାୟତର ଉପରସେମ୍ବୀ ପାହାଡ଼ ଓ ରାସ୍ତାକଡ଼ରୁ ଦୁର୍ବୃତ୍ତଙ୍କ ଦ୍ବାରା ପୋତା ଯାଇଥବା ୩ ଲାଲ ପତାକାକୁ ପଟାଙ୍ଗି ପୁଲିସ ଜବତ କରିଛି। ଏହାର ତଦନ୍ତ ଆରମ୍ଭ ହୋଇଛି। ଜିଲା ପ୍ରଶାସନର ନିର୍ଦେଶକ୍ରମେ ଗତ ଶୁକ୍ରବାରଠାରୁ ଜିଲା ପ୍ରଶାସନିକ ଅଧିକାରୀ, ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାଡକାର ଓ ଉପରସେମ୍ବୀରେ କଡ଼ା ପ୍ରହରା ଦିଆଯାଇଛି। ଗତକାଲି ଆନ୍ଧ୍ର ପ୍ରସାଶନ ପକ୍ଷରୁ ପାର୍ବତୀପୁରମ ପିଏଆଇଟିଡିଏ ଉପଜିଲାପାଳ ବି ଭବାନୀଙ୍କ ସମେତ ସାଲୁର ପ୍ରଶାସନିକ ଅଧିକାରୀ ସନ୍ଧ୍ୟା ସମୟରେ ଧୂଳିପଦର ଓ ନାରେଡ଼ି ବାଲସା ଗ୍ରାମ ପରିଦର୍ଶନ କରି ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ କରିଛନ୍ତି। ଅନ୍ୟପଟେ କୋରାପୁଟ ଜିଲାର ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ-୨୦୨୧’ ଚଳିତ ବର୍ଷ କୋଟିଆ ପଞ୍ଚାୟତ ନାରେଡ଼ିବାଲସାରୁ ଆରମ୍ଭ ହେବା ନେଇ ଜିଲାପାଳ ଘୋଷଣା କରିଛନ୍ତି। ପଟାଙ୍ଗି ପ୍ରଶାସନ ପକ୍ଷରୁ ‘ପରବ’ ଶୁଭାରମ୍ଭ ପାଇଁ ଜାଗା ଚିହ୍ନଟ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କୋରାପୁଟ ଜିଲା ପ୍ରଶାସନର ଉପରୋକ୍ତ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଆନ୍ଧ୍ର ପ୍ରଶାସନ ଓ ଦଲାଲ ମିଶି ଏକ ଅଭିନବ ଚକ୍ରାନ୍ତ ଖେଳୁଥିବା ସାଧାରଣରେ ଆଲୋଚନା ହେଉଛି। ଆନ୍ଧ୍ର ପ୍ରଶାସନ ଅଞ୍ଚଳବାସୀଙ୍କ ସା​ମୂହିକ ସୁବିଧା ଦୃଷ୍ଟିରୁ କିଛି କରିପାରୁ ନ ଥିବା ବେଳେ ଲୋକଙ୍କୁ ପ୍ରଲୋଭନ ଦେଖାଇ କେବଳ ଓଡ଼ିଶାର ପ୍ରୋତ୍ସାହନକୁ ଭଣ୍ଡୁରୁ କରିବା ଯୋଜନା କରୁଛି। ଆନ୍ଧ୍ର ପ୍ରଶାସନ ତଥା ମଧ୍ୟସ୍ଥି ଦଲାଲଙ୍କ ସମସ୍ତ ଚାଲାକିକୁ କୋରାପୁଟ ଜିଲା ପ୍ରଶାସନ ଆହ୍ବାନ ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ଦୁର୍ବୃତ୍ତଙ୍କ ଦ୍ବାରା ମାଓବାଦୀଙ୍କ ନାମରେ ଭୟ ସୃଷ୍ଟି କରି ଓଡ଼ିଶା ପ୍ରଶାସନର କଡ଼ା ପ୍ରହରାକୁ ହଟାଇବାକୁ ଆନ୍ଧ୍ରର ଏକ ଷଡ଼ଯନ୍ତ୍ର ବୋଲି ଆଲୋଚନା ହେଉଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories