www.samajalive.in
Monday, December 15, 2025
16.1 C
Bhubaneswar

କର ବା ମର ସ୍ଥିତିରେ ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ

ଦୁବାଇ : ଦୁଇଥର ବିଜେତା ୱେଷ୍ଟଇଣ୍ଡିଜ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପରେ କ୍ରମାଗତ ଦୁଇଟି ପରାଜୟ ବରଣ କରିବା ସହ ସେମିଫାଇନାଲରେ ପହଞ୍ଚିବା ନେଇ ଆଶଙ୍କା ଉପୁଜିଛି । ଗ୍ରୁପ ଅଫ ଡେଥ୍‌ ଭାବେ ବିବେଚନ କରାଯାଉଥିବା ଗ୍ରୁପ-ଏ ରେ ସ୍ଥାନ ପାଇଥିବା​‌ ୱେଷ୍ଟଇଣ୍ଡିଜ୍‌ ଶୁକ୍ରବାର ତୃତୀୟ ଲିଗ୍‌ ମ୍ୟାଚ ସାରଜାରେ ବାଂଲାଦେଶ ବିପକ୍ଷରେ ଖେଳିବ। ଉଭୟ ଦଳ ପାଇଁ ଉକ୍ତ୍ ମ୍ୟାଚ କର ବା ମର ସଦୃଶ ହୋଇଛି। କିରନ ପୋଲାର୍ଡଙ୍କ ନେତୃତ୍ବାଧିନ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ମ୍ୟାଚରେ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚରେ ଦକ୍ଷିଣଆଫ୍ରିକା ନିକଟରୁ ପରାଜିତ ହୋଇଛି। ଦଳ ଇଂଲଣ୍ଡ ବିପକ୍ଷରେ ମାତ୍ର ୫୫ରନ କରିବାକୁ ସକ୍ଷମ ହୋଇଥିଲା। ଉକ୍ତ ମ୍ୟାଚରେ ଦଳ ୬ ୱିକେଟରେ ପରାଜିତ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚରେ ମଧ୍ୟ ଦକ୍ଷିଣଆଫ୍ରିକା ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଦଳ ବ୍ୟାଟିଂରେ ସାମାନ୍ୟ ଉନ୍ନତ ପ୍ରଦର୍ଶନ କରିଥିଲା। ଲିଣ୍ଡେ ସିମନ ଓ ଇଭିନ ଲୁଇସ୍‌ ପ୍ରଥମ ୱିକେଟରେ ୭୦ରନ ଯୋଗ କରିଥିଲେ ମଧ୍ୟ ଶେଷ ୮ ୱିକେଟ ମାତ୍ର ୬୪ରନରେ ହରାଇ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। କ୍ରିସ ଗେଲଙ୍କ ବ୍ୟାଟ୍‌ରୁ ସେଭଳି ରନ ଦେଖିବାକୁ ମିଳୁନାହିଁ। ବୋଲିଂ ବିଭାଗରେ ଦଳ ମଧ୍ୟ ସେଭଳି ପ୍ରଦର୍ଶନ କରିପାରିନାହିଁ। ସ୍ପିନର ଆକେଲ ହୋସେନଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି। ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ ଦଳକୁ ବାଂଲାଦେଶ ବିପକ୍ଷରେ ନିଶ୍ଚିତ ବିଜୟର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ମହମ୍ମଦୁଲାଙ୍କ ନେତୃତ୍ବାଧିନ ବାଂଲାଦେଶ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ୫ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି। ବାଂଲାଦେଶକୁ ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକତା ରହିଛି। ବ୍ୟାଟିଂରେ ମହମ୍ମଦ ନଇମ, ଲିଟନ ଦାସ, ମହମ୍ମଦୁଲ୍ଲା, ମୁସିଫିକ୍ୟୁର ରହିମ କ୍ରମାଗତ ଭାବେ ଭଲ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ଅଲ୍‌ରାଉଣ୍ଡର ସାକିବ୍‌ ଉଲ୍‌ ହାସନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିପାରୁନାହାନ୍ତି। ଦଳକୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories