www.samajalive.in
Monday, December 15, 2025
16.1 C
Bhubaneswar

ତୁରନ୍ତ ସବୁ ସୀମାନ୍ତ ଅଞ୍ଚଳ ଚିହ୍ନଟ କରି ଥାନା ପ୍ରତିଷ୍ଠା କରାଯାଉ

ଭୁବନେଶ୍ୱର : ରାଜ୍ୟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାର ଅଭାବରୁ ସବୁବେଳେ ପଡୋଶୀ ରାଜ୍ୟଗୁଡ଼ିକ ଅନଧିକାର ପ୍ରବେଶ କରିବା ସହ ନିଜର ପତିଆରା ଜାହିର କରୁଛନ୍ତି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟଗୁଡ଼ିକର ଲୋଲୁପଦୃଷ୍ଟି ଓଡ଼ିଶାର ଭୂଖଣ୍ଡ ଉପରେ ରହିଛି। ତେଣୁ ଅଧିକାଂଶ ସମୟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନଧିକାର ପ୍ରବେଶ ଅଶାନ୍ତି ସୃଷ୍ଟି କରୁଛି। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ଲାଗି ତିନୋଟି ଦିଗକୁ ଗୁରୁତ୍ବ ଦେବାକୁ ବିଧାନସଭା ସ୍ଥାୟୀ କମିଟି ସରକାରଙ୍କୁ ସୁପାରିସ କରିଛି।
ଗୁରୁବାର ବିଧାନସଭାରେ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ପଡୋଶୀ ରାଜ୍ୟଗୁଡ଼ିକ ଦାଉରୁ ରକ୍ଷା କରିବା ପାଇଁ ତିନୋଟି ଦିଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ସରକାରଙ୍କୁ ସୁପାରିସ କରାଯାଇଛି। ଶ୍ରୀ ମହାନ୍ତି କହିଛନ୍ତି ଯେ କୋରାପୁଟ, ବାଲେଶ୍ବର ପ୍ରଭୃତି ୭ଟିରୁ ଊର୍ଦ୍ଧ୍ବ ଜିଲାରେ ସୀମାନ୍ତ ସମସ୍ୟା ଲାଗି ରହିଛି। ଏଥିପାଇଁ ଅଧିକାଂଶ କ୍ଷେତ୍ରରେ ପୁଲିସ ଓ ଥାନାର ଅଭାବ ଦାୟୀ। ତେଣୁ ସୀମାନ୍ତବର୍ତ୍ତୀ ଜିଲାଗୁଡିକର ସ୍ଥାନ ନିରୂପଣ କରି ସେଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବା ଲାଗି ତୁରନ୍ତ ଥାନା କିମ୍ବା ଫାଣ୍ଡି ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ଏହାଦ୍ବାରା ସ୍ଥାନୀୟ ଲୋକେ ସଚେତନ ହେବା ସହିତ ସେମାନଙ୍କୁ ସୁରକ୍ଷା ମିଳିପାରିବ। ଏହାସହିତ ସଂପୃକ୍ତ ସୀମାଗୁଡିକରେ ଯଦି ଚିତ୍ର ଉତ୍ତୋଳନକାରୀ ଯନ୍ତ୍ରୀ ଲଗା ଯାଆନ୍ତା ତେବେ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକର ପତିଆରା ଉପରେ ନଜର ରହିପାରନ୍ତା। ସେହିପରି ନିୟମିତ ବ୍ୟବଧାନରେ ତଦାରଖ କରାଗଲେ ସୀମାନ୍ତବର୍ତ୍ତୀ ସମସ୍ୟାର ସମାଧାନ ହୋଇପାରନ୍ତା। ଏହାକୁ ନେଇ ଗୃହବିଭାଗ ପକ୍ଷରୁ ଏକ କମିଟି ଅନୁଧ୍ୟାନ କରି ସରକାରଙ୍କୁ ସୁପାରିସ କରାଯିବାର ଆବଶ୍ୟକତା ରହିଛି।
ଶ୍ରୀ ମହାନ୍ତି କହିଥିଲେ ଯେ କାରଗାରରେ ଅନେକ ସଂସ୍କାର ଆଣିବା ପାଇଁ ବୈଠକରେ ଆଲୋଚନା ହୋଇଛି। ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ କହିବା କଥା ହେଲା ତେଲେଙ୍ଗାନାରେ କଏଦୀ କଲ୍ୟାଣ ବୋର୍ଡ ଗଠନ ହୋଇଛି। ଯେଉଁଥିରେ ବାର୍ଷିକ ୭୦୦କୋଟି ଟଙ୍କାର କାରବାର ହେଉଛି। ସେଠାରେ ଆଜୀବନ କଏଦୀମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ତାଙ୍କର ଉତ୍ପାଦିତ ଆୟକୁ ନେଇ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ଲଗାଯିବା ସହିତ କଏଦୀଙ୍କୁ ମଧ୍ୟ ଲାଭାଂଶ ପ୍ରଦାନ କରାଯାଉଛି। ଯାହାଫଳରେ କଏଦୀଙ୍କ ପରିବାର ଭବିଷ୍ୟତ ପାଇଁ କିଛି ସହାୟକ ହୋଇପାରୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ କଏଦୀ କଲ୍ୟାଣ ପରିଷଦ ଗଠନ କରାଯିବା ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ସରକାରଙ୍କୁ ସୁପାରିସ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବୈଠକରେ ବରିଷ୍ଠ ବିଧାୟକ ଅନନ୍ତ ଦାସ, ପ୍ରଶାନ୍ତ ମୁଦୁଲିଙ୍କ ସହ ଗୃହ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ ମହାନିର୍ଦେଶକ ଅଭୟ ପ୍ରମୁଖ ସାମିଲ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories