www.samajalive.in
Saturday, December 6, 2025
16.1 C
Bhubaneswar

ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ବିବାଦରେ ସାଂସଦ ଅନୁଭବ

ଭୁବନେଶ୍ୱର: ପୁଣି ବିବାଦକୁ ଟାଣି ହୋଇ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସ ଅଙ୍ଗୁଳ ଉଠାଇଛି। ଅନୁଭବ ନିଜ ନିର୍ବାଚନୀ ସତ୍ୟପାଠରେ ଜାଲ ସାର୍ଟିଫିକେଟ ଦାଖଲ କରିଛନ୍ତି ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ୨୦୧୪ ରାଜ୍ୟସଭା ନିର୍ବାଚନ ବେଳେ ସତ୍ୟପାଠରେ ଅନୁଭବ ମହାନ୍ତି ମିଥ୍ୟା ତଥ୍ୟ ଦେଇଛନ୍ତି। ଅନୁଭବ ମିରଟର ସୋଭିଏତ ଯୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ ପାସ୍ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ମାତ୍ର ୨୦୧୦ରେ ଉକ୍ତ ବିଶ୍ବବିଦ୍ୟାଳୟର ସ୍ବୀକୃତି ପ୍ରତ୍ୟାହାର କରାଯାଇଛି। ଏନେଇ ସୁପ୍ରିମକୋର୍ଟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସତ୍ୟପାଠ ହୋଇଛି।

- Advertisement -

ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅନୁଭବ ୨୦୦୩ରେ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର ଥିଲେ। ତାଙ୍କୁ ଏପର୍ଯ୍ୟନ୍ତ ମାଇଗ୍ରେସନ ସାର୍ଟିଫିକେଟ୍ ମିଳିନାହିଁ। ମାଇଗ୍ରେସନ ସାର୍ଟିଫିକେଟ୍ ବିନା ଅନ୍ୟ କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖା ହୋଇପାରିବନାହିଁ। କିନ୍ତୁ ସେ ମିରଟର ସୋଭିଏତ ଯୁନିଭର୍ସିଟି ଅଫ ଟେକ୍ନୋଲୋଜିରେ କିଭଳି ଗ୍ରାଜୁଏସନ ପାସ୍ କଲେ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଅନୁଭବ ମହାନ୍ତି ଉତ୍ତର ନଦେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories