www.samajalive.in
Saturday, December 6, 2025
26.1 C
Bhubaneswar

ଖାତା ଖୋଲିପାରିଲାନି ନ୍ୟୁଜିଲାଣ୍ଡ, ୫-୦​‌ରେ ଭାରତର କ୍ଲିନ୍‌ ସୁଇପ୍‌

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ରେ ବିଜୟ ସହିତ ଟିମ୍‌ ଇଣ୍ଡିଆ ୫-୦ ବ୍ୟବଧାନରେ ସିରିଜ ପୋଛି ନେଇଛି। ଅନ୍ତିମ ମ୍ୟାଚରେ ଭାରତ ଘରୋଇ ଦଳକୁ ୭ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଧୂଆଁଧାର ୬୦ ଏବଂ କେ.ଏଲ. ରାହୁଲଙ୍କ ୪୫ ରନ ବଳରେ ୧୬୩ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପ୍ରଥମରୁ ୱିକେଟ ହରାଇବା ସତ୍ବେ ଭଲ ଆରମ୍ଭ କରିଥିଲା। କିନ୍ତୁ ରୋହିତ ରିଟାୟାର୍ଡ ହର୍ଟ ହୋଇ ଫେରିଯିବା ପରେ ରନ୍‌ ସଂଗ୍ରହ ହାର କମିଯାଇଥିଲା। ୨୦ ଓଭରରେ ଦଳ ୩ ୱିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା।

୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ନ୍ୟୁଜିଲାଣ୍ଡ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୭ ରନରେ ୩ଟି ୱିକେଟ୍‌ ହରାଇଥିଲା। କିନ୍ତୁ ୪ର୍ଥ ୱିକେଟ୍‌ରେ ଟିମ୍‌ ସାଇଫର୍ଟ ଏବଂ ରସ୍‌ ଟେଲରଙ୍କ ଧୂଆଁଧାର ବ୍ୟାଟିଂ  ସାଙ୍ଗକୁ ବଡ଼ ଭାଗିଦାରୀ ଯୋଗୁ ଦଳ ବିଜୟର ନିକଟତର ହୋଇଆସିଥିଲା। କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍‌ ହେବା ପରେ ପୁଣି ଥରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଥିଲା। ୧୨.୪ ଓଭରରେ ୧୧୬ ରନ୍‌ ଦଳୀୟ ସ୍କୋର ଥିବାବେଳେ ସାଇଫର୍ଟ ଏବଂ ୧୧୯ ରନରେ ଟେଲର ଆଉଟ ହୋଇଯାଇଥିଲେ। ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଶେଷ ୫ ଓଭରରେ ୪୨ ରନ୍‌ ଦରକାର ଥିବାବେଳେ ୪ ଓଭରରେ ଦଳ ମାତ୍ର ୨୩ ରନ୍‌ ବଦଳରେ ମୂଲ୍ୟବାନ ୪ ୱିକେଟ୍‌ ହରାଇ ପରାଜୟ ଦ୍ବାରଦେଶହରେ ପହଞ୍ଚିଥିଲା। ଶେଷ ଓଭରକୁ ୨୧ ରନ୍‌ ଦରକାର ଥିବାବେଳେ ଇଶ୍‌ ସୋଧି ସାର୍ଦୁଳ ଠାକୁରଙ୍କୁ ୨ଟି ଛକା ମାରି ଦଳ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। କିନ୍ତୁ ସଫଳ ହୋଇପାରି ନ ଥିଲେ।

- Advertisement -

ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲ ମ୍ୟାନ୍‌ ଅଫ୍‌ ଦ ସିରିଜ ଏବଂ ଯଶପ୍ରୀତ୍‌ ବୁମରା ମ୍ୟାନ୍‌ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।

୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ୩ଟି ମ୍ୟାଚ୍‌ ଜିତିବା ସହିତ ସିରିଜ କବ୍‌ଜା କରିନେଇଥିଲା। ଶେଷ ୩ଟି ମ୍ୟାଚ ବେଶ୍‌ ରୋମାଞ୍ଚକର ହୋଇଥିଲେ ହେଁ ନ୍ୟୁଜିଲାଣ୍ଡକୁ ଶେଷ ମୁହୂର୍ତ୍ତରେ ଭାରତ ଚକ୍‌ମା ଦେଇ ବିଜୟ ହାସଲ କରିଥିଲା। ୩ୟ ଏବଂ ୪ର୍ଥ ମ୍ୟାଚ୍‌ର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories