www.samajalive.in
Monday, December 15, 2025
24.1 C
Bhubaneswar

ମଣିଷଙ୍କ ବୟସ ୧୫୦ ହେବ, ଚାଇନାରେ ଚାଲିଛି ପରୀକ୍ଷା

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । ଏହା ଏକ ଆଣ୍ଟି-ଏଜିଂ ମେଡିସିନ୍ ପ୍ରସ୍ତୁତ କରୁଛି। ଏହାର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ୍ ସି୧(ପିସିସି ୧) ଯାହା ଅଙ୍ଗୁରର ମଞ୍ଜିର ଅର୍କରେ ମିଳିଥାଏ। କମ୍ପାନୀ କହିଛି କି ଏହି ଔଷଧ ବୁଢା ଓ ଦୁର୍ବଳ କୋଶିକାକୁ ସମାପ୍ତ କରି ସୁସ୍ଥ କୋଷର ରକ୍ଷା କରିବ। ଫଳରେ ମଣିଷଙ୍କ ବୟସ ବହୁତ ବଢିପାରିବ। ୨୦୨୧ରେ ନେଚର ମେଟାବଲିଜମ୍ ଜର୍ନଲରେ ଛପିଥିବା ଏକ ଅଧ୍ୟୟନ ଉପରେ ଏହି ସନ୍ଧାନ ଆଧାରିତ। ଏଥିରେ ମୂଷାଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା। ପିସିସି୧ ମୂଷାଙ୍କ ବୃଦ୍ଧ କୋଷକୁ ବାଛି ବାଛି ନଷ୍ଟ କରିଥିଲ, କିନ୍ତୁ ସୁସ୍ଥ କୋଷକୁ କୌଣସି ବି କ୍ଷତି କରିନଥିଲା। ପରୀକ୍ଷଣ ପରେ ମୂଷାର ବୟସ ୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ତେବେ କିଛି ବୈଜ୍ଞାନିକଙ୍କ କହିବାନୁସାରେ ମୂଷା ଉପରେ ଏହି ପରୀକ୍ଷଣ ସଫଳ ହୋଇଛି କିନ୍ତୁ ମଣିଷଙ୍କ ଉପରେ ଏହି ପରୀକ୍ଷା କଷ୍ଟସାଧ୍ୟ। ଏହି ପ୍ରକ୍ରିୟା ଜଟିଳ ବୋଲି ସେମାନେ କହିଛନ୍ତି। ଏହା ପ୍ରଭାବଶାଳୀ ଏବଂ ସୁରକ୍ଷିତ ବୋଲି ପ୍ରମାଣ କରିବା ପାଇଁ ବଡ ସଂଖ୍ୟାରେ କ୍ଲିନିକାଲ ଟ୍ରାଏଲ ଜରୁରି। ବିଶେଷଜ୍ଞଙ୍କ ଅନୁସାରେ ଏଥିରେ ସଫଳତା ପାଇଁ ଅନେକ ସମୟ ପରୀକ୍ଷଣ ପାଇଁ ଆବଶ୍ୟକତା ରହିଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories