ନୂଆଦିଲ୍ଲୀ : ଐତିହାସିକ ଦୁର୍ନୀତି ବିରୋଧୀ ଆନ୍ଦୋଳନର ୭ ବର୍ଷ ପରେ ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ସମାଜସେବୀ ଅନ୍ନା ହଜାରେ ଲୋକପାଳ ନିଯୁକ୍ତି ଦାବିରେ ଶୁକ୍ରବାରଠାରୁ ସ୍ଥାନୀୟ ରାମଲୀଳା ମୈଦାନରେ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଅବସରରେ ଆନ୍ନା ଉଦ୍ବୋଧନ ଦେଇ କହିଥିଲେ ଯେ ଇଂରେଜ ଚାଲିଗଲେଣି ହେଲେ ଲୋକତନ୍ତ୍ର ମିଳି ନାହିଁ । ଗୋରା ପରେ କଳା ଆସିଛନ୍ତି । କିନ୍ତୁ ଚାଷୀଙ୍କ ସମସ୍ୟା ହଟିନାହିଁ। ୮୦ ବର୍ଷ ବୟସରେ ସମାଜ ଏବଂ ଦେଶ ପାଇଁ ଜୀବନ ଦେଲେ ବି କୌଣସି ଦୁଃଖ ନାହିଁ । ମନ୍ତ୍ରୀମାନେ ଏ କାମ କରୁଛି, ସେ କାମ କରୁଛି କହୁଥିଲେ ବି ମୋର ତାଙ୍କ ଉପରେ ବିଶ୍ୱାସ ନାହିଁ । ଅନଶନ ପାଇଁ ଗୁରୁବାର ଦିଲ୍ଲୀ ପୁଲିସ ଅନ୍ନାଙ୍କୁ ଅନୁମତି ପ୍ରଦାନ କରବା ପରେ ରାତିରେ କେନ୍ଦ୍ର କୃଷି ମନ୍ତ୍ରୀ ଆସି ତାଙ୍କୁ ଭେଟିଥିଲେ । ସାକ୍ଷାତକାର ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ କୃଷି ମୂଲ୍ୟ ଆୟୋଗ ସ୍ଥାପନ କରିବେ ବୋଲି କହିଥିଲେ । ହେଲେ ଏ କଥା ଚାଷୀଙ୍କୁ କହିବାକୁ ଆନ୍ନା ତାଙ୍କୁ ପରାମର୍ଶ ଦେଇଥିଲେ । ଏହାସହ କଥାରେ ନୁହଁ କାମରେ କରି ଦେଖାଅ ବୋଲି ଆନ୍ନା ଆହ୍ୱାନ ଦେଇଛନ୍ତି । ଦଲ୍ଲୀ ପୁଲିସ୍ ରାମଲୀଳା ମୈଦାନକୁ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡି କରିଛି । ଆନ୍ନାଙ୍କ ସମର୍ଥକମାନେ ରାମଲୀଳା ମୈଦାନରେ ପହଞ୍ଚି ଅନଶନରେ ଯୋଗ ଦେଉଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।
Popular Categories



