www.samajalive.in
Sunday, December 7, 2025
14.1 C
Bhubaneswar

ୟୁ-ଟର୍ଣ୍ଣ ନେଲେ ଅନ୍ନା ହଜାରେ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଅନ୍ନା ହଜାରେ ମୋଦୀ ସରକାର ବିରୋଧରେ ଆରମ୍ଭ କରିବାକୁ ଥିବା ଅନଶନ ଅଚାନକ ସ୍ଥାଗିତ କରିଦେଇଛନ୍ତି। ପୂର୍ବରୁ ମଧ୍ୟ ଲୋକପାଳ ବିଲ ଓ କୃଷକଙ୍କ ସମସ୍ୟାକୁ ନେଇ ଅନ୍ନା ଅନଶନ କରିବେ ବୋଲି ଘୋଷଣା କରିଥିଲେ। ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ଘୋଷଣାକୁ ବାତିଲ କରିଛନ୍ତି ଅନ୍ନା। ମହାରାଷ୍ଟ୍ର ମନ୍ତ୍ରୀ ଗିରୀଶ ମହାଜନଙ୍କ ସହ ସାକ୍ଷାତକାର ପରେ ଅନ୍ନା ଏହି ନିଷ୍ପତ୍ତି ନେଇଛନ୍ତି। ସାକ୍ଷାତକାର ପରେ ଅନ୍ନା ତାଙ୍କ ମନ୍ତବ୍ୟ ରଖିଛନ୍ତି।

ମୋଦୀ ସରକାର ଲୋକପାଳ ବିଲକୁ ସାକାରାତ୍ମକ ଭାବେ ଲାଗୁ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିନିମନ୍ତେ ମୋଦୀ ସର୍ଚ କମିଟି ଗଠନ କରିଛନ୍ତି। ସେହିପରି ଧାନର ଏମଏସପି ମୂଲ୍ୟ ବୃଦ୍ଧି କରି ମୋଦୀ ସରକାର କୃଷକଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେଇଛନ୍ତି ବୋଲି ଅନ୍ନା କହିଛନ୍ତି।

- Advertisement -

ଅନ୍ନାଙ୍କ ମତ ଅନୁଯାୟୀ ଲୋକପାଳ ଆନ୍ଦୋଳନ ପାଇଁ ମୋଦୀ ସରକାର ଗଠନ କରିବାକୁ ସୁଯୋଗ ପାଇଛନ୍ତି। ମୋଦୀ ସରକାର ଗଢ଼ିଥିଲେ ମଧ୍ୟ ଲୋକପାଳ ଆଇନ କାର୍ଯ୍ୟକାରୀ ହୋଇ ପାରି ନଥିଲା। ଏହି ଅଭିଯୋଗ କରି ଅନ୍ନା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ସରକାର ଲୋକପାଳ ନିଯୁକ୍ତିକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅନ୍ନା ଚିଠିରେ ଅଭିଯୋଗ କରିଥିଲେ। ସମଗ୍ର ଦେଶବାସୀ ଲୋକପାଳ ଓ ଲୋକାଯୁକ୍ତ ଗଠନ ଦାବିରେ ୧୬ ଅଗଷ୍ଟ ୨୦୧୧ପୁରା ଦେଶ ରାଜରାସ୍ତାକୁ ଓହ୍ଲାଇ ଆସିଥିଲା। ଇତିମଧ୍ୟରେ ସରକାର ବଦଳି ଗଲା। ବିଜେପି ଏହାର ସୁଯୋଗ ନେଇ ସରକାର ଗଢିଲା। ବିଜେପି ସରକାରର  ୪ବର୍ଷ ବିତିଗଲା। ତଥାପି ସରକାର ନାନା ଆଳରେ ଲୋକପାଳ ନିଯୁକ୍ତି ପ୍ରକ୍ରିୟାକୁ ଏଡ଼ାଇ ଚାଲିଛନ୍ତି। ଏହା ବ୍ୟତୀତ କୃଷକଙ୍କୁ ଉଚିତ ମୂଲ୍ୟ ସେମାନଙ୍କୁ ମିଳୁ ନାହିଁ। ଫଳରେ କୃଷକ ଆତ୍ମହତ୍ୟା କରୁଛନ୍ତି। ତେଣୁ ଗାନ୍ଧୀ ଜୟନ୍ତୀ ଅବସରରେ ରାଲେଗଣ ସିଦ୍ଧିଠାରେ ଅନଶନ ଆରମ୍ଭ କରିବାକୁ ଅନ୍ନା ଘୋଷଣା କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories