www.samajalive.in
Monday, December 15, 2025
17.1 C
Bhubaneswar

ବାରଙ୍ଗ ୧୯୯୯’ର ପୋଷ୍ଟରକୁ ନେଇ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଅଭିଯୋଗ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର ସ୍ଥାନୀୟ ଏକ ଓଟିଟି ପ୍ଲାଟଫର୍ମ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନ କାହାଣୀ ଉପରେ ୱେବସିରିଜ ନିର୍ମାଣର ସେ ଦୃଢ଼ ପ୍ରତିବାଦ କରିଛନ୍ତି। ଏ ନେଇ ତାଙ୍କ ସହ ଆଲୋଚନା କରାଯାଇନଥିବା ସେ ଅଭିଯୋଗ କରିଛନ୍ତି।
ଅଞ୍ଜନା କହିଛନ୍ତି ଯେ ତାଙ୍କ ଜୀବନୀକୁ ଆଧାର କରି ଏକ ୱେବସିରିଜ ନିର୍ମାଣ ହେଉଛି, ଯାହା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି। ଏ ସମ୍ପର୍କରେ ମୋ ସହ କେହି କଥା ହୋଇନାହାନ୍ତି। ମନ ଇଚ୍ଛା ଏସବୁ କରୁଛନ୍ତି, ମୋ ଅନୁମତି ନେଇନାହାନ୍ତି। ଏମିତି କିଛି କରନ୍ତୁନି, ନ ହେଲେ ଆଇନର ଆଶ୍ରୟ ନେବି ବୋଲି ଅଞ୍ଜନା ପ୍ରକାଶ କରିଛନ୍ତି।

ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ର ପୋଷ୍ଟର । ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପକ୍ଷରୁ ମୁକ୍ତିଲାଭ କରାଯାଇଥିବା ଏହି ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ନିର୍ମାଣାଧୀନ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ଆପତ୍ତି ଉଠାଇଛନ୍ତି ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ମୁକ୍ତିଲାଭ କରିବା ପରେ ନୂଆ ବିବାଦ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ ପରିଜା ସାମାଜିକ ଗଣମାଧ୍ୟମରେ ଫିଲ୍ମର ପୋଷ୍ଟର ଅପଲୋଡ କରିଛନ୍ତି । ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତ୍ତନ କରିଛି । ଏହା ପରୋକ୍ଷରେ ଅଞ୍ଜନା ମିଶ୍ରଙ୍କୁ ଇଙ୍ଗିତ କରୁଥିବାରୁ ଫିଲ୍ମର ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଅକ୍ଷୟ ପରିଜା କହିଛନ୍ତି ଯେ ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଅଟେ। କାହାର ଜୀବନୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories