ସୋର: ଜଣେ ଲମ୍ପଟ ହୋମଗାର୍ଡ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ଏହାର ପ୍ରତିବାଦରେ ତାଙ୍କୁ କଟୁରୀ ଚୋଟ ଖାଇବାକୁ ପଡ଼ିଛି। ଧରାପଡ଼ିବା ଭୟରେ ଆହତ ହୋମଗାର୍ଡ ସେଠାରୁ ଚମ୍ପଟ ମାରିଛି।
ଘରେ ପଶି ବିଧବାଙ୍କୁ ଜଣେ ହୋମଗାର୍ଡ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ବିଧବା ଜଣଙ୍କ ସମ୍ପୃକ୍ତ ହୋମଗାର୍ଡଙ୍କୁ କଟୁରୀରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହାପରେ ନିଜ ୟୁନିଫର୍ମ ଓ ବାଇକ ଛାଡ଼ି ଘଟଣାସ୍ଥଳରୁ ହୋମଗାର୍ଡ ଜଣକ ଚମ୍ପଟ ମାରିଥିବା ଜଣାପଡ଼ିଛି। ଖଇରା ଥାନାରେ ପୀଡ଼ିତା ମହିଳା ଜଣକ ଏତଲା ରୁଜୁ କରିଥିବା ସୂଚନା ମିଳିଛି।
ବିଧବା ମହିଳାଙ୍କୁ ଘରେ ପଶି ହୋମଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ
Popular Categories



