www.samajalive.in
Sunday, December 14, 2025
23.1 C
Bhubaneswar

ଭୈରବୀ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଏକ ସ୍ବେଚ୍ଛାକୃତ ରାକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ ଓ ସମ୍ମାନିତ ଅତିଥି ଭାବରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ଏଚ. ଡ଼ି. ଏଫ.ସି ବ୍ୟାଙ୍କ ବୌଦ୍ଧ ଶାଖାର ସେଲସ ଅଫିସର ପ୍ରଶାନ୍ତ କୁମାର ସାହୁ, ପ୍ରିୟଦର୍ଶିନୀ ସାହୁ ଯୋଗ ଦେଇ ରାକ୍ତଦାନର ଅବଶ୍ୟକତା ଓ ଉପକାରୀତା ସମ୍ପର୍କରେ ଅବଗତ କରିବା ସହ ଉତ୍ସାହିତ କରିଥିଲେ । ଏହି ରାକ୍ତଦାନ ଶିବିରରେ ସମୁଦାୟ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତ ସଂଗ୍ରହ କାର୍ୟ୍ୟରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରଜତ ମହାନନ୍ଦିଆ ରକ୍ତ ସଂଗ୍ରହ ଅଧିକାରୀ ଦେବଦତ୍ତ କିଷାନ, ଲାବ ଟେକ୍ନିସିଆନ ପ୍ରମୋଦ କୁମାର ମହାରଣା, ସ୍ୱାସ୍ଥ୍ୟ ସହଯୋଗୀ ସୁରଜ ଶେଖର ଭୋକ୍ତା ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ। ନେହେରୁ ଯୁବ କେନ୍ଦ୍ରର ବୌଦ୍ଧର କର୍ମକର୍ତ୍ତା ସୁଧିର ଦୀପ ଉପସ୍ଥିତ ରହି ସହଯୋଗ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories