www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ୟଜନ୍ତୁଙ୍କ ସହ ଭିଡିଓ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ ପିଏମଏଲଏ ମାମଲା

କଟକ : ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଓ ଭିଡିଓ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ ପିଏମଏଲଏ (ପ୍ରିଭେନସନ ଅଫ ମନି ଲାଉଣ୍ଡ୍ରିଂ ଆଇନ) ଅନୁସାରେ ମାମଲା ରୁଜୁ ହେବ।  ଏନେଇ ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଚିଠି ଲେଖିଛନ୍ତି। ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ଏହି ପଦକ୍ଷେପକୁ ଓଡିଶା ୱାଇଲ୍ଡ ଲାଇଫ ସୋସାଇଟି ପକ୍ଷରୁ ସ୍ବାଗତ କରାଯାଇଛି। ୱାଇଲ୍ଡ ଲାଇଫ ସୋସାଇଟି ସମ୍ପାଦକ ବିଶ୍ବଜିତ ମହାନ୍ତିଙ୍କ ସୂଚନା ଅନୁସାରେ ବହୁ ବ୍ୟକ୍ତିବିେଶଷ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି। କିଏ ସାପ ଧରିବାର ଦୃଶ୍ୟ ଛାଡୁଛି ତ ଆଉ କିଏ ମାଙ୍କଡ, କୁମ୍ଭୀର ଆଦିଙ୍କ ସହ ଦୃଶ୍ୟ ପ୍ରସାରଣ କରୁଛି। ଏମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗିରଫ କରାଯାଉଛି। ମାତ୍ର ଏମାନଙ୍କ ବିରୋଧରେ  ପିଏମଏଲଏ ଅନୁସାରେ ମାମଲା ରୁଜୁ ପାଇଁ ଗତ ୮ବର୍ଷ ଧରି ସୋସାଇଟି ଦାବି କରି ଆସୁଥିଲା। ସାମାଜିକ ଗଣମାଧ୍ୟମରେ ପଶୁପକ୍ଷୀଙ୍କ ଭିଡିଓ ଓ ଫଟୋ ଛାଡି ନିଜ ଅନୁଗାମୀ (ଫଲୋଅର)ଙ୍କ ସଂଖ୍ୟା ବୃଦ୍ଧି କରୁଥିଲେ। ଯାହାର ଯେତେ ଅଧିକ ସଂଖ୍ୟକ ଅନୁଗାମୀ ହେବେ, ସେହି ଅନୁସାରେ ବିଜ୍ଞାପନ ମିଳିଥାଏ। ଏହାଦ୍ବାରା ସମ୍ପୃକ୍ତ ବ୍ୟକ୍ତି ଜଣକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାଏ, ଯାହାକି ଏକ ଧର୍ତ୍ତବ୍ୟ ଅପରାଧ। କେତେକ ଘଟଣାରେ ସୋସାଇଟି ପକ୍ଷରୁ ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ  ମାମଲାହେବା ସହ କେତେକଙ୍କୁ  ଗିରଫ ମଧ୍ୟ କରାଯାଇଥିଲା। ମାତ୍ର ପଶୁପକ୍ଷୀଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଅର୍ଥ ଉପାର୍ଜନ କରିବା ଆଇନତଃ ଅପରାଧ ହୋଇଥିଲେ  ମଧ୍ୟ ସେମାନଙ୍କ ବିରୋଧରେ ପିଏମଏଲଏ ଅନୁସାରେ ମାମଲା ରୁଜୁ ହେଉନଥିଲା। ବାରମ୍ବାର ଦାବି ପରେ ଏ ଦିଗରେ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପଦକ୍ଷେପ େନଇଥିବାରୁ ସୋସାଇଟି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories