www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀମନ୍ଦିରରେ ପୁଣି ପଶିଲେ ବିଦେଶୀ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଶନିବାର ପୁଣି ଜଣେ ଅଣହିନ୍ଦୁ ବିଦେଶୀ ନାଗରିକ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ବେହେରଣ ଦ୍ୱାର ନିକଟରେ ପୁଲିସ ତାଙ୍କୁ ଧରିବା ସହ ଟାଉନ୍‌ ଥାନାରେ ଅଟକ ରଖିଛି। ପୁଲିସ କର୍ମଚାରୀଙ୍କୁ ସେ ଆକ୍ରମଣ କରିଥିବା ଜଣାପଡିଛି। କଟକଣା ଉଲ୍ଲଘଂନ କରି ଶ୍ରୀମନ୍ଦିର ଭିତରେ ସେ କିପରି ପ୍ରବେଶ କଲେ ସେଥିନେଇ ବିସ୍ମୟ ସୃଷ୍ଟି ହୋଇଛି। ଅଟକ ବିଦେଶୀ ପର୍ଯ୍ୟଟକଙ୍କ ନାମ ଥୋମାସ କେ. କେଲଡନ ଏବଂ ସେ ବ୍ରିଟେନ ନାଗରିକ ବୋଲି ପୁଲିସ ସୂଚନା ଦେଇଛି।
ଶ୍ରୀମନ୍ଦିରର ଚାରିଟି ପ୍ରବେଶ ଦ୍ୱାରରେ ସଶସ୍ତ୍ର ପୁଲିସବାହିନୀଙ୍କ ସମେତ ଶ୍ରୀମନ୍ଦିର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହା ସତ୍ତ୍ୱେ ବିଦେଶୀ ନାଗରିକ ଥୋମାସ୍‌ ସୁରକ୍ଷା ବଳୟ ଭେଦକରି ସୁରକ୍ଷାକର୍ମୀଙ୍କ ଅବହେଳାରୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି। ୨୦ ଦିନ ମଧ୍ୟରେ ଏହା ତୃତୀୟ ଘଟଣା ହୋଇଥିବାରୁ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୧୦ ତାରିଖ ସନ୍ଧ୍ୟାରେ ଚାରିଜଣ ବାଂଲାଦେଶୀ ନାଗରିକ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପୁଲିସ ସେମାନଙ୍କୁ ଧରି ପାସ୍‌ପୋର୍ଟ ଏବଂ ଭିସା ଯାଞ୍ଚ କରିବା ପରେ ଛାଡି ଦେଇଥିଲା। ସେହିପରି ଗତ ୨୩ରେ ଜଣେ ପୋଲାଣ୍ଡ ନାଗରିକ ଶ୍ରୀମନ୍ଦିର ବାଇଶ ପାହାଚ ଦେଇ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭିତରକୁ ଯାଉଥିବା ବେଳେ ଦୁଇଜଣ ସେବକ ତାଙ୍କୁ ଅଟକାଇ ଥିଲେ। ପୁଲିସ ତାଙ୍କୁ ଅଟକ ରଖି ପଚରାପଚରି କରିବା ପରେ ଛାଡି ଦେଇଥିଲା। ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁୃଟି ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି।
ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା ନେଇ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ରେ କୌଣସି ବ୍ୟବସ୍ଥା ନଥିବାରୁ ଅଣହିନ୍ଦୁ ବିଦେଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ। ଏହାଛଡା ଶ୍ରୀମନ୍ଦିରର ଚାରି ପ୍ରବେଶ ଦ୍ୱାର ସମ୍ମୁଖରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଶ୍ରୀମନ୍ଦିର ଭିତରକୁ କେବଳ ହିନ୍ଦୁଙ୍କ ପ୍ରବେଶ ଅଧିକାର ଥିବା ସମ୍ପର୍କିତ ଏକ ପୁରୁଣା ଏବଂ ଛୋଟିଆ ଫଳକ ସିଂହଦ୍ୱାର ନିକଟସ୍ଥ ମନ୍ଦିର କାନ୍ଥରେ ଲଗାଯାଇଛି। ଏହି ଫଳକ ଅଧିକାଂଶ ଭକ୍ତଙ୍କ ଦୃଷ୍ଟିକୁ ଆସି ପାରୁନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ରେ ଆବଶ୍ୟକ ସଂଶୋଧନ କରାଯିବା ସହ ସିଂହଦ୍ୱାର, ଦକ୍ଷିଣଦ୍ୱାର, ଉତ୍ତରଦ୍ୱାର ଏବଂ ପଶ୍ଚିମଦ୍ୱାର ସମ୍ମୁଖରେ ଯଥାଶୀଘ୍ର ସୂଚନା ଫଳକ ଲଗାଯିବାକୁ ଦାବି ହେଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories