www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର 

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକର ଡ଼ଙ୍ଗାପାଳ ଗାଁରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କ ସକାଳ ସମୟରେ ଶୌଚ ପାଇଁ ଯାଇ ଘରକୁ ଏକ ଆମ୍ବ ତୋଟା ରାସ୍ତା ଦେଇ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସେ ଅଚେତ ଅବସ୍ଥାରେ ସେଠାରେ ପଡ଼ିଯାଇଥିଲେ। କିଛି ସମୟ ମଧ୍ୟରେ ସେହି ରାସ୍ତାରେ ହାତୀ ଘଉଡ଼ାଇ ସ୍କ୍ୱାର୍ଡ଼ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଦେଖି ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଥମେ ତାଙ୍କର ଚିକିତ୍ସା କରାଯାଇ ପରେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ତାଙ୍କର ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories