www.samajalive.in
Saturday, December 6, 2025
23.1 C
Bhubaneswar

କଙ୍ଗୋରେ ନିଯୁକ୍ତ ଭାରତୀୟ ସେନା ଅଧିକାରୀ ନିଖୋଜ, ସର୍ଚ୍ଚ ଅପରେଶନ ଜାରି

ନୂଆଦିଲ୍ଲୀ: କଙ୍ଗୋରେ ନିଯୁକ୍ତ ଭାରତୀୟ ସେନା ଅଧିକାରୀ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାମ ଲ୍ୟୁଟନାଣ୍ଟ କଲୋନେଲ ଗୌରବ ସୋଲାଙ୍କି। ସେ ଗତ ଶନିବାର ଅପରାହ୍ନରେ କିଭୁ ହ୍ରଦର କାୟାକିଙ୍ଗ ଅଞ୍ଚଳକୁ ଯାଇଥିଲେ। ସେଠାରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେଶନ ଜାରି ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ।

ରିପୋର୍ଟ ଅନୁସାରେ, ଗୌରବଙ୍କ ସମେତ ସେନାର ୩ ଅଧିକାରୀ କଙ୍ଗୋରେ ଜାତିସଂଘ ଶାନ୍ତି ରକ୍ଷା ଅଭିଯାନରେ ନିଯୁକ୍ତ ହୋଇଥିଲେ। ସେମାନେ କିଭୁ ହ୍ରଦ ନିକଟ କାୟାକିଂ ଅଞ୍ଚଳକୁ ଯାଇଥିଲେ। ୨ ଅଧିକାରୀ ଫେରିଆସିଥିବାବେଳେ ଗୌରବଙ୍କ ପତ୍ତା ମିଳୁନାହିଁ। ଗୌରବଙ୍କ ପତ୍ତା ନ ମିଳିବାରୁ ସେ କିଭୁ ହ୍ରଦରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ତାଙ୍କ ସହ ଥିବା ଅନ୍ୟ ୨ ଅଧିକାରୀ ହ୍ରଦରେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories