ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନର ଧାରଣା

କଲମପୁର: ଦୀର୍ଘ ଦିନରୁ ସୀମିତ ପାରିଶ୍ରମିକରେ ବିଭିନ୍ନ ପ୍ରତିକୁଳ ପରିସ୍ଥିତିରେ ଗାଁମାନଙ୍କରେ ରହି ଶିଶୁ ବିକାଶ ଯୋଜନାରେ କାର୍ଯ୍ୟ କରୁଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା । ପାରିଶ୍ରମିକ ତୁଳନାରେ ଦିନକୁ ଦିନ କାର୍ଯ୍ୟର ଭାର ବୃଦ୍ଧି ପାଉଛି । ପ୍ରାକ୍‌ ବିଦ୍ୟାଳୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ମିଶନ ଶକ୍ତି ଭଳି ବିଭାଗର ସମସ୍ତ କାର୍ଯ୍ୟ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସମ୍ପାଦିତ କରାଯାଉଛି । ଏଥିପାଇଁ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଗତ ୨୦୧୯ରେ ପାରିଶ୍ରମିକ ବୃଦ୍ଧି ସହ ସରକାରୀ କର୍ମଚାର ମାନ୍ୟତା ଦେବା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା । ସରକାର ସେହି ସମୟରେ ସମସ୍ତ ଦାବି ପୁରଣ ନେଇ ପ୍ରତିଶୃତି ଦେଇଥିଲେ । ଯାହାରି ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କୋଭିଡ କଟକଣା ଯୋଗୁଁ ଏହି ସଂଘର ଦାବି ପ୍ରତି ଗୁରୁତ୍ୱ ଦିଆଯାଇ ନଥିଲା ଓ ଆଜି ପର୍ଯନ୍ତ ଅଙ୍ଗନୱାଡି କର୍ମୀଙ୍କ ଦାବି ପ୍ରତି ଅଣଦେଖା କରାଯାଇଛି । ତେଣୁ ଅଙ୍ଗନୱାଡି କର୍ମୀଙ୍କୁ ୨୧ ହଜାର ଏବଂ ସହାୟୀକାଙ୍କୁ ୧୦ ହଜାର ପାରିଶ୍ରମିକ ଦେବା ସହ ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ଦେବା ପାଇଁ ସଂଘ ଦାବି କରିଛି । ଏହାସହ ଦିନକୁ ଦିନ ବଜାର ଦର ବୃଦ୍ଧି ଘଟୁଛି । ତେଣୁ ରନ୍ଧନ ଖାଦ୍ୟ ପାଇଁ ଦିଆଯାଉଥିବା ଅର୍ଥ ବୃଦ୍ଧି କରିବା ପାଇଁ ସଂଘ ଦାବି କରିଛି । ଏ ସମସ୍ତ ଦାବି ପୁରଣ ନେଇ ରାଜ୍ୟ ସଂଗଠନର ଡାକରାରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଜିଲ୍ଲା ୱାରୀ ଧାରଣା ଜାରି ରହିଥିବା ବେଳେ ଅଙ୍ଗନୱାଡି କର୍ମୀ କେନ୍ଦ୍ରକୁ ଯିବା ବଦଳରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଡାକରା ଦେଇଛି । ରାଜ୍ୟ ସଂଘର ଏହି ଡାକରାରେ କଲମପୁର ଶାଖାର ସଭାନେତ୍ରୀ ପବିତ୍ରା ପଣ୍ଡା, ସଙ୍ଗିତା ମହାପାତ୍ର, ଜ୍ୟୋତ୍ସ୍ନା ନାଏକ, ଯମୁନା ନାଏକ, କୁମୁଦିନୀ ଛତ୍ରିଆ, ପୂର୍ଣ୍ଣମୀ ଗୁରୁ, ବିରାଜିନୀ ମହାରଣା, ହରିପ୍ରିୟା ସେନାପତି, ସତ୍ୟପ୍ରିୟା ଚିନ୍ଦା ଓ ମୋହିନୀ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସହାୟିକାମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୁରଣ ନହେବା ପର୍ଯନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି ।

kalyan agarbati

Comments are closed.