ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ 

ନରସିଂହପୁର : ଓଡିଶା ଡ୍ରାଇଭର ମହାସଂଘର ୧୦ ଦଫା ଦାବିନେଇ ଦେଇଥିବା ବନ୍ଦ ଡାକରାରେ ନରସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ରାସ୍ତା ଉପରେ ବସି ରହିଛନ୍ତି । ସ୍ଥାନୀୟ ଓଡିଶା ଡ୍ରାଇଭର ମହାସଂଘର ସଭାପତି ସମୀର କୁମାର ରାଉତ ଦାବି ସମ୍ପର୍କରେ କହିଛନ୍ତି ଯେ, ମୁଖ୍ୟତଃ କରୋନା ଯୋଦ୍ଧାର ମାନ୍ୟତା, ପେନସନ ଓ ମୃତ୍ୟୁକାଳୀନ ସହାୟତାରେ ଅର୍ନ୍ତଭୁକ୍ତ। ଡ୍ରାଇଭର ମାନଙ୍କର ନିରାପତ୍ତା ଭଳି ୧୦ଦଫା ଦାବିକୁ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ପୂରଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ ରାଜରାସ୍ତାରେ ବସି ରହି ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଯାନବାହାନ ଯାତୟାତ ବନ୍ଦ କରିବେ। ଏହି ପରିପ୍ରେକ୍ଷିରେ ବୁଧବାର ମର୍ଦମେଖ, ଏକଡାଳ, ବାଗଧରିଆ, ଚମ୍ପେଶ୍ୱର, ବାଲିଝରି ସହିତ ବିଭିନ୍ନ ସ୍ଥାନରେ ଶତାଧିକ ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ ନେତୃତ୍ୱରେ ରାଜରାସ୍ତାରେ ବସି ରହି ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ନରସିଂହପୁର, କାନପୁର ଓ ଯୋଡୁମୁଁ ଥାନା ପକ୍ଷରୁ ସମସ୍ତ ଅଧିକାରୀ ଓ ଫୋର୍ସ ମୁତୟନ ହୋଇଛନ୍ତି ।

Comments are closed.