ସ୍ୱତନ୍ତ୍ର ମାନ୍ୟତା ଦାବିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତୀକ ଅନଶନ

0

ବିଜୟୱାଡ଼ା : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାହୁ ନାଇଡୁ ନିଜ ଜନ୍ମ ଦିନରେ ଶୁକ୍ରବାର ଆଇଜିଏମ୍‌ ଷ୍ଟାଡିୟମରେ ଦିନିକଆ ପ୍ରତୀକ ଅନଶନରେ ବସିଥିଲେ । ନାଇଡୁ ଅନଶନରେ ବସିବା ପୂର୍ବରୁ ତେଲୁଗ ଦେଶମ ପାର୍ଟିର ପ୍ରତିଷ୍ଠାତା ଏନ୍‌ଟି ରାମା ରାଓଙ୍କ ସହ ଜାତିର ପିତା ମହାତ୍ମା ଗାନ୍ଧି, ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକର, ସ୍ୱାଧୀନତା ସଂଗ୍ରାମୀ ପୋଟ୍ଟି ଶ୍ରୀରାମଲୁଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ଅନଶନ ଆରମ୍ଭ କରିବା ପୂର୍ବରୁ କନକଦୁର୍ଗା ମନ୍ଦିର ପୂଜକ ତଥା ଧର୍ମ ଗୁରୁ ତାଙ୍କୁ ଆଶୀର୍ବାଦ ଦେଇଥିଲେ । ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ଆନ୍ଧ୍ରପ୍ରଦେଶର ନେତାମାନେ କେନ୍ଦ୍ର ବିରୋଧରେ ବର୍ଷିଥିଲେ । ନାଇଡୁଙ୍କ ସହ ତାଙ୍କ ପୁଅ, ଟିଡିପିର ସାଂସଦ, ବିଧାୟକ, ଅନେକ ବରିଷ୍ଠ ନେତା, ମନ୍ତ୍ରୀ, ସ୍କୁଲ ଛାତ୍ରଛାତ୍ରୀ, ମହିଳା, ଦଳୀୟ କାର୍ଯ୍ୟକର୍ତ୍ତା ଏହି ଅନଶନରେ ସାମିଲ ହୋଇଥିଲେ ।ଷ୍ଟାଡିୟମର ଧର୍ମ ପୋରାତା ଦୀକ୍ଷା ସ୍ଥଳରେ ଏହି ଅନଶନ କରାଯାଇଥିଲା । ଏହାସହ ରାଜ୍ୟର ୧୭୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତା ପ୍ରତୀକ ଅନଶନରେ ବସିଥିଲେ ।

Leave A Reply