www.samajalive.in
Sunday, December 7, 2025
14.1 C
Bhubaneswar

ରାଲି ସମୟରେ ପଥର ମାଡ଼, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ

ଡେସ୍କ: ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଶନିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଗାଡ଼ି ଉପରକୁ ପଥର ମାଡ଼ ହେବାରୁ ସେ ଆହତ ହୋଇଛନ୍ତି। ରାଲି ସମୟରେ କିଛି ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀଙ୍କ ବସ୍ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହି ଆକ୍ରମଣରେ ରେଡ୍ଡୀଙ୍କ ବାମ ଆଖିରେ ଆଘାତ ଲାଗିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ବିଜୟୱାଡ଼ାର ସିଂହ ନଗରରେ ଥିବା ବିବେକାନନ୍ଦ ସ୍କୁଲ ସେଣ୍ଟରରେ ତାଙ୍କ ବସ୍ ଭିଡ଼ ଅତିକ୍ରମ କରୁଥିବା ବେଳେ ପଥର ମାଡ଼ ହୋଇଥିଲା। ଆହତ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଡାକ୍ତର ବସ୍ ଭିତରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ପଥର ମାଡ଼ରେ ବ୍ୟସ୍ତ ନ ହୋଇ ସେ ପୁଣି ଥରେ ଗସ୍ତ ଆରମ୍ଭ କରିଥିଲେ ଏବଂ ପାଖାପାଖି ୪ ଘଣ୍ଟା ଧରି ପ୍ରଚାର କରିଥିଲେ।

- Advertisement -

ଏହି ଘଟଣାକୁ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ନିନ୍ଦା କରିଛନ୍ତି। ସେ ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ଅଧିକାରୀଙ୍କୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ବିଆରଏସ୍ ନେତା କେ.ଟି ରାମାରାଓ। ୱାଇଏସଆରସିପି ନେତା ହାଫିଜ୍ ଖାନ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।

ଆନ୍ଧ୍ରପ୍ରଦେଶର ୧୭୫ ଆସନ ବିଶିଷ୍ଟ ବିଧାନସଭା ଓ ୨୫ ଲୋକସଭା ଆସନ ପାଇଁ ମେ ୧୩ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories