ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ଓ ଶିବଲିଙ୍ଗ କୃଷ୍ଣା ନଦୀରୁ ଉଦ୍ଧାର, ଦିଶୁଛି ରାମଲାଲାଙ୍କ ଝଲକ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଇଚୁର ଜିଲାସ୍ଥିତ ଏକ ଗାଁରେ କୃଷ୍ଣା ନଦୀରୁ ଭଗବାନ ବିଷ୍ଣୁଙ୍କର ଏକ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି, ଯାହାର ଚାରିପଟେ ଦଶାବତାର ଖୋଦିତ ହୋଇଛି।

ଏହି ମୂର୍ତ୍ତିର ବିଶେଷତ୍ବ ହେଉଛି, ଏହା ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ବିରାଜମାନ କରିଥିବା ରାମଲାଲାଙ୍କ ମୂର୍ତ୍ତି ସଦୃଶ ଦେଖାଯାଉଛି। ଏହି ମୂର୍ତ୍ତି ସହ ଏକ ପ୍ରାଚୀନ ଶିବଲିଙ୍ଗ ମଧ୍ୟ ମିଳିଛି।

ରାଇଚୁର ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟାପିକ ଡ. ପଦ୍ମଜା ଦେଶାଇ ବିଷ୍ଣୁ ମୂର୍ତ୍ତି ବିଷୟରେ କହିଛନ୍ତି ଯେ, ଏହି ମୂର୍ତ୍ତି ହୁଏତ କୌଣସି ମନ୍ଦିରର ଗର୍ଭଗୃହରେ ସ୍ଥାପିତ ହୋଇଥିବ ଏବଂ ମନ୍ଦିରକୁ କ୍ଷତି ପହଞ୍ଚିବା ପରେ କିମ୍ବା ଆଶଙ୍କାରେ ଏହାକୁ ନଦୀରେ ପ୍ରବାହିତ କରାଯାଇଥିବ। ପ୍ରତ୍ନତତ୍ତ୍ୱବିତମାନଙ୍କ କହିବା ମୁତାବକ, ଏହି ମୂର୍ତ୍ତି ଖ୍ରୀଷ୍ଟପୂର୍ବ ଏକାଦଶ କିମ୍ବା ଦ୍ୱାଦଶ ଶତାବ୍ଦୀର ହୋଇଥାଇପାରେ।

 

 

Comments are closed.