www.samajalive.in
Tuesday, December 9, 2025
26.1 C
Bhubaneswar

ବୟସ ଅଧିକ ହେବା ସହ ବିବାହରେ ବିଳମ୍ବ ହେଉଥିଲେ: ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଜାତକ ଦେଖି ଭବିଷ୍ୟ ବିଷୟରେ ଅନେକ କିଛି କଥା ଜାଣି ହୋଇଥାଏ। ବିବାହ ନେଇ ମଧ୍ୟ ସୂଚନା ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃହସ୍ପତି ଓ ଶୁକ୍ରଙ୍କୁ ବିବାହର କାରକ ବୋଲି କୁହାଯାଏ। ଗୁରୁ ଗ୍ରହ କନ୍ୟାଙ୍କ ବିବାହର କାରକ ଓ ଶୁକ୍ର ଗ୍ରହ ଯୁବକଙ୍କ ବିବାହର କାରକ ବୋଲି ମାନ୍ୟତା ରହିଛି। ଯେଉଁ କନ୍ୟାମାନଙ୍କ ଜାତକରେ ଗୁରୁ ଗ୍ରହ ମଜଭୂତ ସ୍ଥିତିରେ ଥାଆନ୍ତି,ସେମାନଙ୍କ ବିବାହ ଶୀଘ୍ର ହୋଇଥାଏ। ମାତ୍ର ଗୁରୁ ଗ୍ରହ ଦୁର୍ବଳ ସ୍ଥିତିରେ ରହିଲେ ବିବାହରେ ବିଳମ୍ବ ହୋଇଥାଏ। ବିବାହରେ ବିଳମ୍ବ ଓ ବାଧା ଆସୁଥିଲେ ଏହି ଉପାୟ ଆପଣାନ୍ତୁ..

ଶୁକ୍ରବାର ଦିନ କୌଣସି ଚକ୍ଷୁହୀନ କିମ୍ବା ଅସହାୟଙ୍କୁ ସୁଗନ୍ଧିତ ଜିନିଷ ଦାନ କରନ୍ତୁ। ଏହାଦ୍ୱାରା ଶୀଘ୍ର ବିବାହର ଯୋଗ ଆସିଥାଏ।
ଯୁବକଙ୍କ ବିବାହରେ ବିଳମ୍ବ ହେଉଥିଲେ, ଶୁକ୍ଳପକ୍ଷର ପ୍ରଥମ ଗୁରୁବାର ଦିନ କୌଣସି ପାତ୍ରରେ ୨ଟି ଗୁଜୁରାତି ସହ ୫ ପ୍ରକାରର ମିଠା ରଖି ଘିଅ ଦୀପ ଲଗାଇ ମିଠା ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତୁ।

- Advertisement -

ଶୁକ୍ଳପକ୍ଷର ପ୍ରଥମ ସୋମବାର ଦିନ ୨ଟି ମୋତି ବଜାରରୁ କିଣି ଆଣନ୍ତୁ। ଏହାକୁ ଗୋଟିଏକୁ ନିଜ ଉପରେ ବୁଲାଇ ନଦୀକୁ ଫିଙ୍ଗି ଦିଅନ୍ତୁ। ୨ୟ ମୋତିକୁ ନିଜ ନିକଟରେ ରଖନ୍ତୁ। ଏହାଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ।

ବିବାହରେ ଥିବା ବାଧା ଦୂର ପାଇଁ ଦକ୍ଷିଣ ପଶ୍ଚିିମ ସ୍ଥାନରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଲ୍ଲିଫୁଲ ତେଲରେ ଦୀପ ଲଗାନ୍ତୁ। ଏହାଦ୍ୱାରା ଶୁକ୍ର ଦୋଷ ଦୂର ହୋଇଥାଏ।

ଜାତକେର ଗୁରୁ ଦୁର୍ବଳ ସ୍ଥିତିରେ ଥିଲେ ପ୍ରତ୍ୟେକ ଗୁରୁବାର ପାଣିରେ ହଳଦୀ ମିଶାଇ କଦଳୀ ବୃକ୍ଷ ମୂଳରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories