www.samajalive.in
Saturday, December 6, 2025
23.1 C
Bhubaneswar

ବଢିଲା ଅମୁଲ କ୍ଷୀର ମୂଲ୍ୟ

ନୂଆଦିଲ୍ଲୀ : ଦୁଗ୍ଧ ଉତ୍ପାଦନ କମ୍ପାନୀ ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। ଅମୁଲ ଏହି କ୍ଷୀରର ମୂଲ୍ୟ ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର ସମେତ ବହୁ ରାଜ୍ୟରେ ଏହି ମୂଲ୍ୟ ଲାଗୁ କରିବ। ପ୍ରତି କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯାଇଛି। ଅମୁଲର ଏହି ମୂଲ୍ୟ ମଙ୍ଗଳବାର ରାତିରୁ ଲାଗୁ କରାଯିବ। କଞ୍ଚାମାଲ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ସଂଙ୍ଘ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଜିସିଏମଏମଏଫ୍‍ ସଙ୍ଘ କହିବା ଅନୁସାରେ, ମାର୍ଚ୍ଚ ୨୦୧୭ରେ କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଦୀର୍ଘ ଦୁଇ ବର୍ଷ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। କ୍ଷୀରର ଏହି ବୃଦ୍ଧି ମୂଲ୍ୟ ୭ଲକ୍ଷ ପଶୁପାଳକଙ୍କୁ ଲାଭ ମିଳିବ ବୋଲି ସଂଙ୍ଘ ସୂଚନା ଦେଇଛି। ଶୀତ ଦିନରେ ଅମୁଲ ପ୍ରତିଦିନ ୩୦ଲକ୍ଷ ଲିଟର କ୍ଷୀର ଆମଦାନୀ କରୁଥିଲା, ଯାହାର ସଂଖ୍ୟା ୨୫ ଲକ୍ଷକୁ ଖସିଆସିଛି। କମ୍ପାନୀ ସମସ୍ତ ପଶୁପାଳକଙ୍କୁ ଦୁଗ୍ଧର ବର୍ଦ୍ଧିତ ମୂଲ୍ୟ ମେ ୧୧ ତାରିଖରୁ ଦିଆଯାଉଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories