www.samajalive.in
Saturday, December 6, 2025
14.1 C
Bhubaneswar

ରିଲିଜ ହେଲା ମୋଦୀଙ୍କ ବାୟୋପିକ୍ ପୋଷ୍ଟର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିବେକ ଓବେରଏ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି, ପାରିବାରିକ ପୃଷ୍ଠଭୂମି ନୁହେଁ, ବରଂ ଦକ୍ଷତା ଦେଖି ଜନସାଧାରଣ କ୍ଷମତାପନ୍ନ କରାନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱ ହିଁ ବିଜେପିକୁ ଦ୍ୱିତୀୟ ଥର କ୍ଷମତାକୁ ଆଣିବ। ’ପିଏମ ନରେନ୍ଦ୍ର ମୋଦୀ’ ଫିଲ୍ମର ପୋଷ୍ଟର ରିଲିଜ ଅବସରରେ ଏହା କହିଛନ୍ତି ବଲିଉଡ ଅଭିନେତା ବିବେକ ଓବେରଏ। କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ଏହି ପୋଷ୍ଟର ଉନ୍ମୋଚନ କରିଛନ୍ତି।

ସେ କହିଛନ୍ତି, ମୋଦୀ ଏବଂ ଗଡ଼କରୀ ଆକ୍ସନ ହିରୋ ଅଟନ୍ତି। ସେଥିପାଇଁ ଜଣେ ଆକ୍ସନ ହିରୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଲ୍ମର ପୋଷ୍ଟର ଆଉ ଜଣେ ଆକ୍ସନ ହିରୋ ଗଡ଼କରୀଙ୍କ ହାତରେ ଉନ୍ମୋଚନ ହୋଇଛି। ବିବେକ କହିଛନ୍ତି, ଯେଉଁ ଲୋକମାନେ ନିଜେ କୋର୍ଟରେ ସମୟରେ ହାଜର ହୁଅନ୍ତି ନାହିଁ ସେମାନେ ଏ ଫିଲ୍ମକୁ କୋର୍ଟକୁ ଟାଣିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories