www.samajalive.in
Saturday, December 6, 2025
16.1 C
Bhubaneswar

ବଢିଲା ଅମୁଲ କ୍ଷୀର ଦର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ନଆସୁଣୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ପଡିଛି। ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର। ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରମୁଖ କମ୍ପାନୀ ଅମୁଲ ଆଜିଠୁ ଦର ବୃଦ୍ଧି ନେଇ ଘୋଷଣା କରିଛି। ଅମୁଲ ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିବା ସହ ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଅମୁଲ ତାଜା ପାଉଡର ଛାଡିଲେ ଅନ୍ୟ ସମସ୍ତ ପ୍ୟାକେଟ କ୍ଷୀରର ଦର ବୃଦ୍ଧି ହୋଇଛି। ଯେପରିକି ଅମୁଲ ଗୋଲ୍ଟ, ଅମୁଲ ତାଜା ଏବଂ ଅମୁଲ ଶକ୍ତିର ଦର ବୃଦ୍ଧି ହୋଇଛି।
ଅମୁଲ ଗୋଲ୍ଟ ୫୦୦ମିଲି ଲିଟର ପୂର୍ବରୁ ୩୨ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ହୋଇ ୩୩ଟଙ୍କା ହୋଇଛି। ସେହିପରି ଅମୁଲ ତାଜା ୫୦୦ ମିଲି ଲିଟର ୨୬ଟଙ୍କା ପୂର୍ବରୁ ଥିବାବେଳେ ବର୍ତ୍ତମାନ ୨୭ଟଙ୍କା ଏବଂ ଅମୁଲ ଶକ୍ତି ୫୦୦ମିଲି ଲିଟର ୨୯ଟଙ୍କା ପୂର୍ବରୁ ରହିଥିବା ବେଳେ ଏହା ବୃଦ୍ଧି ହୋଇ ୩୦ଟଙ୍କାରେ ପହଞ୍ଚିଛି। ଅମୁଲ ତାଜା ଛୋଟ ପାଉଡର ପ୍ୟାକେଟର ଦାମ୍‌‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଦର ଲାଗୁ ହେବା ପରେ ଏବେ ଲୋକମାନେ ଲିଟର ପିଛା ଅମୁଲ କ୍ଷୀର ୬୬ଟଙ୍କାରେ କ୍ରୟ କରିବେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories