www.samajalive.in
Saturday, December 6, 2025
15.1 C
Bhubaneswar

ବେଙ୍ଗାଲୁରୁରେ ୧୩୩ ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ ବର୍ଷା

ବେଙ୍ଗାଲୁରୁ: କର୍ନାଟକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ସେଠାରେ ବର୍ଷା ଆରମ୍ଭ ହୋଇଛି। ତେବେ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି। ୧୩୩ ବର୍ଷର ରେକର୍ଡ ଭାଙ୍ଗିଛି ଏହି ବର୍ଷା।

ରାଜ୍ୟର ଉପକୂଳ ଅଞ୍ଚଳଗୁଡ଼ିକରେ ବର୍ଷା ଲାଗି ରହିଛି। ଆସନ୍ତା ୫ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ରବିବାର ବେଙ୍ଗାଲୁରୁରେ ଗୋଟିଏ ଦିନରେ ସର୍ବାଧିକ ପରିମାଣ ବର୍ଷା ହୋଇଛି। ଜୁନ ମାସରେ ଏଠାରେ ହାରାହାରି ୧୧୦.୩ ମିଲିମିଟର ବର୍ଷା ହେଉଥିବାବେଳେ ଗତ ୨ ଦିନ ମଧ୍ୟରେ ୧୪୦.୭ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସହରରେ ହଳଦିଆ ସତର୍କତା ଜାରି କରିଛି।

- Advertisement -


ରବିବାର ବର୍ଷା ଯୋଗୁ ସହରର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଥିଲା। ଏହା ଫଳରେ ମେଟ୍ରୋ ଟ୍ରେନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଥିଲା। ସହରରେ ଟ୍ରାଫିକ ସମସ୍ୟା ମଧ୍‌‌୍ର ଉପୁଜିଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟରେ ମୌସୁମୀ ବାୟୁ ଶୀଘ୍ର ପ୍ରବେଶ କରିଛି। ଗତବର୍ଷ ବିଳମ୍ବିତ ମୌସୁମୀ ଯୋଗୁ ବର୍ଷା ଅଭାବରୁ ରାଜ୍ୟର ୨୩୬ ତାଲୁକ ମଧ୍ୟରୁ ୨୨୦ ତାଲୁକରେ ମରୁଡ଼ି ପରିସ୍ଥିତି ଘୋଷଣା କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories