www.samajalive.in
Monday, December 15, 2025
15.1 C
Bhubaneswar

ଆମ୍ରପାଲୀ ଗ୍ରୁପ୍‍କୁ ଧକ୍କା: ୪୦ କମ୍ପାନୀର ବ୍ୟାଙ୍କ ଖାତା ଜବତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଆମ୍ରପାଲୀ ଗ୍ରୁପ୍‍କୁ ସୁପ୍ରିମକୋର୍ଟରେ ବଡ଼ ଧକ୍କା ଲାଗିଛି। ଏହି ଗ୍ରୁପ୍‍ର ୪୦ଟି କମ୍ପାନୀର ବ୍ୟାଙ୍କ ଖାତା ଏବଂ ସ୍ଥାବର ସମ୍ପତ୍ତିକୁ ଜବତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ନେର୍ଦେଶ ଦେଇଛନ୍ତି। ଏହାସହ ସୁପ୍ରିମକୋର୍ଟ ନଗର ଉନ୍ନୟନ ମନ୍ତ୍ରାଳୟର ସଚିବଙ୍କୁ ସମନ୍‍ ଜାରି କରିଛନ୍ତି ଏବଂ ଏନ୍‍ବିସିସି ଅଧ୍ୟକ୍ଷଙ୍କୁ ଗୁରୁବାର ଅଦାଲତରେ ହାଜର ହେବାକୁ କହିଛନ୍ତି। ଗୁରୁବାର ମାମଲାର ଶୁଣାଣି ବେଳେ ଗ୍ରୁପ୍‍ର ସମସ୍ତ ନିର୍ଦେଶକଙ୍କ ପ୍ୟାନ କାର୍ଡ, ବ୍ୟାଙ୍କ ତଥ୍ୟ ପୈଠ କରିବାକୁ ସୁପ୍ରିମକୋର୍ଟ ଆମ୍ରପାଲୀ ଗ୍ରୁପ୍‍ର ଅଧ୍ୟକ୍ଷ ଅନିଲ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ୪୦ କମ୍ପାନୀର କାରବାର ଦେଖୁଥିବା ଚାଟାର୍ଡ ଆକାଉଣ୍ଟକୁ ତାଲିକା ଦେବାକୁ ଜଷ୍ଟିସ୍‍ ଅରୁଣ ମିଶ୍ର ଏବଂ ଜଷ୍ଟିସ୍‍ ୟୁୟୁ ଲଳିତଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ଏହା ପୂର୍ବରୁ ଆମ୍ରପାଲି ପ୍ରମୋଟର ଏବଂ ନିର୍ଦେଶକଙ୍କୁ ଦେଶ ଛାଡ଼ି କେଉଁଆଡେ ନ ଯିବାକୁ ନିର୍ଦେଶ ଦେଇଥିଲେ। ୨୦୦୮ରୁ ଏପର୍ଯ୍ୟନ୍ତ କମ୍ପାନୀର ସମସ୍ତ ପ୍ରକଳ୍ପର ବିସ୍ତୃତ ବିବରଣୀ ଦେବାକୁ କହିଥିଲେ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ନଗର ଉନ୍ନୟନ ମନ୍ତ୍ରାଳୟ ଏବଂ କମ୍ପାନୀ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ଏନ୍‍ବିସିସି, ନୋଏଡା ଏବଂ ଗ୍ରେଟର ନୋଏଡ଼ା କର୍ତ୍ତୃପକ୍ଷ ଏବଂ ଅଧିକାରୀ ଉପସ୍ଥିତ ଥିଲେ। କମ୍ପାନୀର ଅଧା ନିର୍ମିତ ଏବଂ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଜାତୀୟ ଭବନ ନିର୍ମାଣ ନିଗମ (ଏନ୍‍ବିସିସି) ଦ୍ୱାରା ସମ୍ପୂର୍ଣ୍ଣ କରିବାକୁ ଆମ୍ରପାଲି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି।
ଉଲ୍ଲେଖ ଯେ ଆମ୍ରପାଲୀ ଗ୍ରୁପ୍‍ ଲୋକଙ୍କଠାରୁ ନେଇଥିବା ୨୭୬୫ କୋଟି ଟଙ୍କା ସଠିକ୍‍ ପ୍ରକଳ୍ପ କାର୍ଯ୍ୟରେ ନ ଲଗାଇ ଅନ୍ୟ କାର୍ଯ୍ୟରେ ବିନିଯୋଗ କରିଥିଲା। ସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକର ଆବଶ୍ୟକ ସୁବିଧା ଉପଲବ୍ଧ ନ ଥିବା ଅଭିଯୋଗ ହୋଇଥିଲା। ଫଳରେ ଅଦାଲତରେ ୨୫୦ କୋଟି ଟଙ୍କା ଜମା କରିବାକୁ ଆମ୍ରପାଲୀ ଗ୍ରୁପକୁ ନିର୍ଦେଶ ଦେଇଥିଲେ। ମାତ୍ର ଆମ୍ରପାଲୀ ଗ୍ରୁପ୍‍ ଏହି ଟଙ୍କା କୋର୍ଟରେ ଜମା କରି ନାହିଁ କି ଆଦେଶ ପାଳନ କରିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories