www.samajalive.in
Sunday, December 14, 2025
19.1 C
Bhubaneswar

ମୋଦୀଙ୍କ ସଭାସ୍ଥଳର ତମ୍ବୁ ଭୁଶୁଡିବା ଘଟଣା; ‘ମମତା ସରକାର ଦାୟୀ’

ମେଦିନାପୁର : ପଶ୍ଚିମବଙ୍ଗର ମେଦିନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସଭା ଚାଲିଥିବା ସମୟରେ ତମ୍ବୁ ଭୁଶୁଡି ୬୭ ଜଣ ଆହତ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ତଦନ୍ତ ରିପୋର୍ଟ ଆସିଛି। ରିପୋର୍ଟରେ ଅଘଟଣ ପାଇଁ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଦାୟୀ କରାଯାଇଛି। ତଦନ୍ତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କେତେକ ତ୍ରୁଟି ଥିଲା। ସଭାସ୍ଥଳରୁ ୫ କିଲୋମିଟର ପର୍ଯ୍ୟନ୍ତ ପୁଲିସ୍‍ ନଥିଲେ ଓ ଏସ୍‍ପିଜିଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳି ନ ଥିଲା। ତମ୍ବୁକୁ ସଠିକ୍‍ ଭାବେ ଯାଞ୍ଚ ଓ ପରଖା ଯାଇ ନ ଥିଲା। ତମ୍ବୁ ପାଇଁ ବ୍ୟବହୃତ ଖୁଣ୍ଟିରେ ୪ଟି ସ୍ଥାନରେ ମାତ୍ର ଗୋଟିଏ ଲେଖାଏଁ ପେଚ୍‍ ଲଗାଯାଇଥିଲା। ଲୁହା ଖୁଣ୍ଟିର କେତେକ ସ୍ଥାନ କଳଙ୍କି ରହିଥିଲା। ସଭା ସମୟରେ ଅନେକ ସମର୍ଥକ ଅସ୍ଥାୟୀ ତମ୍ବୁ ଉପରେ ଚଢିଯାଇଥିଲେ। ରାଜ୍ୟ ସରକାର ଏଥିପାଇଁ ଥିବା ବ୍ଲ୍ୟୁ ବୁକ୍‍ ନିୟମ ମାନି ନ ଥିଲେ। ଏସ୍‍କେ ସିହ୍ନାଙ୍କ ତଦନ୍ତ କମିଟି ନିଜ ରିପୋର୍ଟ ମନ୍ତ୍ରାଳୟକୁ ପ୍ରଦାନ କରିଛି ବୋଲି କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ପ୍ରକାଶ କରିଛନ୍ତି।
ଉଲ୍ଳେଖ ଯେ ଜୁଲାଇ ୧୭ରେ ପଶ୍ଚିମବଙ୍ଗରେ ମେଦିନାପୁରରେ ଆୟୋଜିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଉଥିବା ସମୟରେ ସଭାସ୍ଥଳରେ ନିର୍ମିତ ତମ୍ବୁଟି ଭୁଶୁଡି ପଡିଥିଲା। ଏଥିରେ ୬୭ଜଣ ଆହତ ହୋଇଥିଲେ। ସଭା ଶେଷ ହେବା ପରେ ମୋଦୀ ଡାକ୍ତରଖାନା ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଏପଟେ ପଶ୍ଚିମବଙ୍ଗ ସରକାର ଏହି ଘଟଣାରେ ପୁଲିସ୍‍ ଏବଂ ସୁରକ୍ଷା କର୍ମୀଙ୍କୁ କ୍ଲିନ୍‍ଚିଟ୍‍ ଦେଇ ସାରିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories