www.samajalive.in
Monday, December 15, 2025
16.1 C
Bhubaneswar

ଅମୋହମଣୀ +୨ କଲେଜରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

କଲମପୁର: ଜଣେ ପରେ ଜଣେ ଅଧ୍ୟାପକ ଚାକିରୀରୁ ଅବସର ନେଇ ସାରିଛନ୍ତି। ଏବେ କେବଳ ଜଣେ ଇଂରାଜୀ ଓ ଭୁଗୋଳ ଅଧ୍ୟାପକଙ୍କ ସାହାରାରେ ଚାଲିଛି କଲମପୁର ଯୁକ୍ତ ଦୁଇ ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଇତିହାସ, ରାଜନୀତି ବିଜ୍ଞାନ ଓ ଓଡ଼ିଆ ଭାଷା ସାହିତ୍ୟ ବିଷୟର ଅଧ୍ୟାପକ ଅବସର ନେଇ ସାରିଛନ୍ତି। ଏହାସହ ଅର୍ଥନୀତି ଅଧ୍ୟାପକଙ୍କ ଅନ୍ୟତ୍ର ବଦଳି ହେବାର ୮ ବର୍ଷ ବିତି ସାରିଛି। କିନ୍ତୁ ତାଙ୍କ ପ୍ରତିବଦଳରେ କେହି ଅଧ୍ୟାପକ ନିୟୋଜିତ ହୋଇନାହାନ୍ତି। ତେଣୁ ଏ ସମସ୍ତ ବିଷୟରେ ପାଠ୍ୟଦାନ ଠପ୍‌‌ ହୋଇଯାଇଛି। କେବଳ ଅଧ୍ୟାପକ ନୁହେଁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନିୟୋଜିତ ଜଣେ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଅବସର ନେଇ ସାରିଛନ୍ତି। ଯେଉଁଥିପାଇଁ କାର୍ଯ୍ୟାଳୟ କାମ ପାଇଁ ଅବସର ନେଇ ସାରିଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ନିର୍ଭର କରିବାକୁ ହେଉଛି। କେବଳ କଳା ବିଷୟ ନୁହେଁ ଏହି ବିଦ୍ୟାଳୟରେ ସରକାରଙ୍କ ତରଫରୁ ସଂଯୋଗ ହୋଇଥିବା ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ କେହି ଶିକ୍ଷକ କର୍ମଚାରୀ ନାହାନ୍ତି।

୨୦୦୮ ମସିହାରେ ଏହି ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ସଂଯୋଗ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଏହି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଦୀର୍ଘ ୧୫ ବର୍ଷ ବିତି ସାରିଥିଲେ ମଧ୍ୟ ଶିକ୍ଷକ ବ୍ୟବସ୍ଥା କରାଯାଇ ନାହିଁ। ଯେଉଁଥିପାଇଁ କଳା ବିଭାଗର ୨୫୬ ଜଣ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ୧୨୮ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। କେବଳ ଶିକ୍ଷକ ନୁହେଁ ଶିକ୍ଷାଦାନ ପାଇଁ ଥିବା ଶ୍ରେଣୀ କୋଠରୀ ଦେଖିଲେ ମନେ ହୁଏ ଗାଈ ଗୁହାଳ। ବିପଦସଙ୍କୁଳ କୋଠରୀରେ ଚାଲିଛି ଶିକ୍ଷାଦାନ। ଯେଉଁଠି ବର୍ଷା ଦିନେ ସ୍ଲାବରୁ ଟୋପା ଟୋପା ବର୍ଷା ପାଣି ଝରି ପଡ଼ିଥାଏ। ଯାହାଦ୍ୱାରା ଓଦା ହେଇଥାନ୍ତି ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷାଦାନରେ ନିୟୋଜିତ ଅଧ୍ୟାପକ। ଏହାସହ ପାଣିରେ ଭିଜିଥାଏ ବହି ଖାତା ଭଳି ପାଠ୍ୟ ଉପକରଣ। ଅନେକ ସମୟରେ ସ୍ଲାବ ଖଣ୍ଡ ସବୁ ଖସି ପଡୁଥିବାରୁ ଶିକ୍ଷାଦାନ ପାଇଁ ନିୟୋଜିତ ଶିକ୍ଷକ ଅବା ଶିକ୍ଷା ଗ୍ରହଣ ପାଇଁ ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀ କେହି ମଧ୍ୟ ସୁରକ୍ଷିତ ନୁହନ୍ତି। ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଅନେକ ସମୟରେ ଛାତ୍ରଛାତ୍ରୀ ଏନେଇ ପ୍ରତିବାଦ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି।

- Advertisement -

୧୯୮୫ ମସିହାରେ ଅଂଚଳର ବରିଷ୍ଠ ବ୍ୟକ୍ତିଙ୍କ ଉଦ୍ୟମକ୍ରମେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହେଇଥିଲା। ପରବର୍ତ୍ତୀ ୧୯୯୪ ମସିହାରେ ସରକାର ଏହି ବିଦ୍ୟାଳୟକୁ ସରକାରୀ ଅନୁଦାନ ଯୋଗାଇଥିଲେ। କିନ୍ତୁ ପରିତାପର ବିଷୟ ଏହି ବିଦ୍ୟାଳୟର ଆବଶ୍ୟକ ରକ୍ଷଣା ବେକ୍ଷଣ ପାଇଁ ତତ୍କାଳୀନ ଭାରପ୍ରାପ୍ତ ଅଧ୍ୟକ୍ଷ କେବଳ ନିରବ ଦର୍ଶକ ସାଜିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ଅନୁଦାନ ପାଇବା ପରେ ବିଦ୍ୟାଳୟର ଉନ୍ନତି ନେଇ ଗୁରୁତ୍ୱ ଦେଇନଥିଲେ। ଯେଉଁଥିପାଇଁ କଲମପୁର ଅଂଚଳର ଉଚ୍ଚ ଶିକ୍ଷା ପାଇଁ ଥିବା ଏକମାତ୍ର ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏବେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଯଦିଓ ଅବିଭାବକ ଅନିଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଆର୍ଥିକ ସ୍ଥିତି ଯୋଗୁଁ ବାଧ୍ୟ ହେଉଛନ୍ତି। ନିକଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର କଲମପୁର ଗସ୍ତରେ ଆସି ବିଦ୍ୟାଳୟର ଅବସ୍ଥା ଦେଖି ଫେରିଛନ୍ତି। ଏହାସହ ନିକଟରେ ୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଛି। ଯଦି ସଚିବ ଏହି ବିଦ୍ୟାଳୟ ପରିଦର୍ଶନରେ ଆସନ୍ତି ତେବେ ହୁଏତ ଏ ଅଂଚଳର ଗରୀବ ବାପା ମାଆଙ୍କ ସନ୍ତାନଙ୍କ ଭଭିଷ୍ୟତ ନେଇ କିଛି ପଦକ୍ଷେପ ନେଇପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories